Menu Close

ବିଭାଗ କ: କବିତା – Odia Literature Optional PYQs (Paper II, Unit 1)

Here are all 158 questions on ବିଭାଗ କ: କବିତା asked in UPSC Odia Literature Optional Paper II (2009–2024), arranged under the 8 topics of this unit. Within each topic the latest questions come first.

Each question ends with a code such as [2024/15m/3b] – the year, the marks, the word limit (where UPSC set one) and the question number in the paper.

Topic-wise weightage graph of ବିଭାଗ କ: କବିତା, Odia Literature Optional Paper II
Topic-wise weightage of ବିଭାଗ କ: କବିତା (Odia Literature Optional Paper II) – share of marks asked from each topic.

1.1] ସାରଳା ଦାସ

22 questions

  1. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଶାନ୍ତିପର୍ବ’ ଅବଲମ୍ବନରେ ଭୀଷ୍ମ ଚରିତ୍ର ଉପରେ ଆଲୋକପାତ କର । [2024/10m/1a]

  2. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ମହାଭାରତ’ରେ ‘ଶାନ୍ତିପର୍ବ’ ସଂଯୋଜନର ବୈଶିଷ୍ଟ୍ୟ ପ୍ରତିପାଦନ କର । [2024/15m/4b]

  3. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଶାନ୍ତିପର୍ବ’ରେ ରାଜ୍ୟଶାସନର କେଉଁ ଦିଗପ୍ରତି ସଚେତନ ରହିବାକୁ ଯୁଧିଷ୍ଠିରଙ୍କୁ ଭୀଷ୍ମ ଉପଦେଶ ଦେଇଛନ୍ତି–ଆଲୋଚନା କର। [2020/10m/1a]

  4. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ସାରଳା ମହାଭାରତରେ ‘ଶାନ୍ତିପର୍ବ’ ନାମକରଣର ସାର୍ଥକତା ଦର୍ଶାଅ। [2020/20m/4a]

  5. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ସାରଳା ମହାଭାରତର ‘ଶାନ୍ତିପର୍ବ’ ଅବଲମ୍ବନରେ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକର ଚିତ୍ର ପ୍ରଦାନ କର। [2019/10m/1a]

  6. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଜଣେ ପ୍ରଜାପାଳକ ନୀତିନିଷ୍ଠ ରାଜାର ଆଦର୍ଶ ସଂପର୍କରେ ଭୀଷ୍ମ ‘ଶାନ୍ତିପର୍ବ’ରେ ଯେଉଁ ଉପଦେଶ ଦେଇଛନ୍ତି, ତାହା ଆଲୋଚନା କର। [2019/20m/2a]

  7. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: “ନୀତି ଓ ନିୟମ ସୁଶାସନ ଲାଗି ଏକାନ୍ତ ଦରକାର।” ‘ଶାନ୍ତିପର୍ବ’ ଅବଲମ୍ବନରେ ବିଶ୍ଳେଷଣ କର। [2018/10m/1a]

  8. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: “ସାରଳା ମହାଭାରତ ଏକ ମୌଳିକ ଗ୍ରନ୍ଥ।” ‘ଶାନ୍ତିପର୍ବ’ ଅବଲମ୍ବନରେ ଆଲୋଚନା କର। [2018/20m/2a]

  9. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ମହାଭାରତରେ ‘ଶାନ୍ତିପର୍ବ’ ର ବୈଶିଷ୍ଟ୍ୟ ବିଚାର କର । [2017/10m/1a]

  10. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ସୁଶାସନ ନିମିତ୍ତ ଭୀଷ୍ମଙ୍କ ଉପଦେଶ ବାଣୀ କେତେଦୂର ସହାୟକ, ‘ଶାନ୍ତିପର୍ବ’ ଅବଲମ୍ବନରେ ଆଲୋଚନା କର । [2017/16.7m/2a]

  11. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ମହାଭାରତର ଶାନ୍ତିପର୍ବରେ ଭୀଷ୍ମଙ୍କ ଦ୍ୱାରା ପ୍ରଦତ୍ତ ନୀତିବାକ୍ୟଗୁଡ଼ିକୁ ବିଶ୍ଳେଷଣ କର। [2016/10m/1a]

  12. ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: କଥାବସ୍ତୁ ସଂଯୋଜନା ଓ ଚରିତ୍ର ଚିତ୍ରଣ କ୍ଷେତ୍ରରେ ସାରଳାଦାସଙ୍କ ବୈଶିଷ୍ଟ୍ୟ ଶାନ୍ତିପର୍ବ ଆଧାରରେ ସମୀକ୍ଷା କର। [2016/16.7m/2a]

  13. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ସମାଜକୁ ଶୃଙ୍ଖଳିତ ଓ ସଂଯତ କରିବା ସହ ସୁନ୍ଦର ଓ ଶୁଦ୍ଧପୂତ ଆଚରଣର ବାର୍ତ୍ତା ପ୍ରସାର ଲାଗି ସାରଳା ମହାଭାରତ କେତେଦୂର ସଫଳ ହୋଇପାରିଛି ତାହା ‘ଶାନ୍ତିପର୍ବ’ ଅବଲମ୍ବନରେ ବିଚାର କର । [2015/10m/1a]

  14. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ସାରଳା ଦାସଙ୍କ ପାଣ୍ଡିତ୍ୟ ମହାଭାରତର ‘ଶାନ୍ତିପର୍ବ’ ଅବଲମ୍ବନରେ ବିଶ୍ଳେଷଣ କର । [2015/20m/2a]

  15. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ମହାଭାରତର ଶାନ୍ତିପର୍ବ ଅନୁସରଣରେ ଭୀଷ୍ମଙ୍କ ପରାମର୍ଶ ସଂପର୍କରେ ଆଲୋକପାତ କର । [2014/10m/1a]

  16. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ମହାକାବ୍ୟିକ ଶୈଳୀ ଦୃଷ୍ଟିରୁ ସାରଳାଙ୍କ ମହାଭାରତର ‘ଶାନ୍ତିପର୍ବ’ ଅବଲମ୍ବନରେ ବିଶ୍ଳେଷଣ କର । [2014/20m/2a]

  17. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) କୋଣାର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନାରେ କବି ସାରଳାଦାସଙ୍କ ଅସାଧାରଣ ପ୍ରତିଭାର ମୂଲ୍ୟାୟନ କର । [2013/10m/1a]

  18. ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ପ୍ରସଙ୍ଗରୁ ମାଟିର ମହାକବି ସାରଳାଦାସଙ୍କ କବିତ୍ୱର ପରାକାଷ୍ଠା ପ୍ରଦର୍ଶନ କର । [2013/25m/2a]

  19. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ସମାଜରେ ଶାନ୍ତି ଓ ଶୁଦ୍ଧପୂତ ଆଚରଣର ବାର୍ତ୍ତା ପ୍ରସାରରେ ସାରଳା ମହାଭାରତ କେତେଦୂର ସଫଳ, ‘ଶାନ୍ତିପର୍ବ’ର ପଠିତାଂଶକୁ ଆଧାର କରି ଆଲୋଚନା କର । [2012/12m/1a]

  20. ନିମ୍ନ ପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । “ସାରଳା ମହାଭାରତ ସେକାଳର ରାଜଧର୍ମର ଏକ ପ୍ରତିବାଦ” – ପଠିତାଂଶକୁ ଭିତ୍ତି କରି ଏହି ଉକ୍ତିର ଉପାଦେୟତା ବିଚାର କର । [2012/30m/2a]

  21. “ଲୋକ-ଜୀବନ-ବେଦ ଭାବରେ ସାରଳା ମହାଭାରତ ପରିଚିତ” – ‘ଶାନ୍ତିପର୍ବ’ ଅବଲମ୍ବନରେ ଏ ଉକ୍ତିକୁ ସମୀକ୍ଷା କର । [2011/0m/2a]

  22. ନିମ୍ନପ୍ରଦତ୍ତ ଯେ କୌଣସି ତିନିଗୋଟି ବିଷୟରେ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା ଦୁଇଶହ ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ସାରଳା ମହାଭାରତର ‘ଶାନ୍ତିପର୍ବ’ ଅନୁସରଣରେ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ପ୍ରସଙ୍ଗର ତାତ୍ପର୍ଯ୍ୟ ବିଚାର କର । [2010/20m/1a]

Cover of the UPSC Prelims Topic-wise PYQ book with detailed explanations

From the Optional Province team

Preparing for Prelims too?

Our UPSC Prelims Topic-wise PYQ Book covers every Prelims question with detailed explanations, so you can see exactly where UPSC asks from. Now available as a hard copy and an eBook.

Buy Hard Copy on AmazonBuy eBook (PDF)

Download a free sample

1.2] ଜଗନ୍ନାଥ ଦାସ

24 questions

  1. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଯଦୁ-ଅବଧୂତ ସମ୍ବାଦ’ରେ ସମ୍ବାଦ ଓ ଉବାଚ ଶବ୍ଦ ପ୍ରୟୋଗର ଯଥାର୍ଥତା ପ୍ରତିପାଦନ କର । [2024/10m/1b]

  2. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଚବିଶ ଗୁରୁ’ ଗ୍ରହଣର ତାତ୍ପର୍ଯ୍ୟ ଆଲୋଚନା କର । [2024/15m/2b]

  3. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଭାଗବତରେ ଯଦୁ-ଅବଧୂତ ସଂବାଦରୁ ଅବଧୂତଙ୍କ ଚବିଶଗୁରୁ ଗ୍ରହଣର ଯଥାର୍ଥତା ପ୍ରତିପାଦନ କର। [2020/10m/1b]

  4. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଭାଗବତରେ ଥିବା ଅବଧୂତଙ୍କ ଚବିଶଗୁରୁଙ୍କର ନାମୋଲ୍ଲେଖ କରି ବ୍ରାହ୍ମଣ କନ୍ୟା ପ୍ରସଂଗଟିର ତାତ୍ପର୍ଯ୍ୟ ବୁଝାଇ ଦିଅ। [2019/10m/1b]

  5. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଯଦୁ ଅବଧୂତ ସଂବାଦ’ରୁ ଅବଧୂତଙ୍କର ଚାରିତ୍ରିକ ମହତ୍ତ୍ୱ ପ୍ରତିପାଦନ କର। [2019/20m/3a]

  6. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: “ଭାଗବତର ପ୍ରତିଟି ପଦ ଓଡ଼ିଆଙ୍କ ଜନଜୀବନ ବେଦୀରେ ଅସ୍ମିତାର ମହାମନ୍ତ୍ର।” ବ୍ୟାଖ୍ୟା କର। [2018/10m/1b]

  7. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: “ଗୁରୁ ହିଁ ଜୀବନର ମାର୍ଗଦର୍ଶକ।” ‘ଯଦୁ ଅବଧୂତ ସଂବାଦ’ ଅବଲମ୍ବନରେ ତାତ୍ପର୍ଯ୍ୟ ବିଚାର କର। [2018/15m/4c]

  8. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ଭାଗବତରେ ଅବଧୂତଙ୍କ କପୋତ ଗୁରୁର ତାତ୍ପର୍ଯ୍ୟ ବ୍ୟାଖ୍ୟା କର । [2017/10m/1b]

  9. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଯଦୁ-ଅବଧୂତ ସଂବାଦ’ ରେ ଚବିଶଗୁରୁ ପ୍ରସଂଗର ତାତ୍ପର୍ଯ୍ୟ ବିଚାର କର । [2017/16.7m/4c]

  10. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ପିଙ୍ଗଳା ଉପାଖ୍ୟାନର ସାରବତ୍ତା ପଠିତ କବିତା ଭିତ୍ତିରେ ବିଚାର କର। [2016/10m/1b]

  11. ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ଓଡ଼ିଆଙ୍କ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଜୀବନର ବିକାଶରେ ଭାଗବତର ଦାନ ଅତୁଳନୀୟ–ଯଦୁ ଅବଧୂତ ସମ୍ବାଦ ଅବଲମ୍ବନରେ ପ୍ରମାଣ କର। [2016/16.7m/2b]

  12. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘କର୍ମ କରଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ’ର ପ୍ରାସଙ୍ଗିକତା ଭାଗବତର ପଠିତାଂଶକୁ ଭିତ୍ତି କରି ବିଶ୍ଳେଷଣ କର । [2015/10m/1b]

  13. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ପ୍ରକୃତି, ଆଧ୍ୟାତ୍ମିକତା, ଆତ୍ମା ଓ ପରମାତ୍ମା ଆଦିର ସମନ୍ୱୟରେ ଭାଗବତ ଗ୍ରନ୍ଥର ମହତ୍ତ୍ୱ ପ୍ରତିପାଦିତ – ଆଲୋଚନା କର । [2015/20m/4a]

  14. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ପିଙ୍ଗଳା’ ପ୍ରସଙ୍ଗର ସାରବତ୍ତା ଭାଗବତର ପଠିତାଂଶ ଅବଲମ୍ବନରେ ବିଶ୍ଳେଷଣ କର । [2014/10m/1b]

  15. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଭାଗବତ’ର ଚବିଶଗୁରୁ ପ୍ରସଙ୍ଗର ତାତ୍ପର୍ଯ୍ୟ ବୁଝାଅ । [2014/15m/2b]

  16. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ସମାଜରେ ଶାନ୍ତି ଓ ସଦ୍‌ଭାବନାର ବାର୍ତ୍ତା ପ୍ରସାରରେ ‘ଭାଗବତର୍’ର ଭୂମିକା ପଠିତାଂଶ ଅବଲମ୍ବନରେ ଆଲୋଚନା କର । [2014/15m/2c]

  17. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଆଧୁନିକ ସମାଜ ପାଇଁ କପୋତପକ୍ଷୀ ଉପାଖ୍ୟାନ ମହାନ୍ ଗୁରୁବାଦର ନିର୍ମଳ ପରଂପରା ପ୍ରତିଷ୍ଠାରେ କିପରି ସହାୟକ ହୋଇଛି, ଆଲୋଚନା କର । [2013/10m/1b]

  18. ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ନୈତିକ ଶିକ୍ଷା ମାଧ୍ୟମରେ ଏକ ସୁସ୍ଥ ସୁନ୍ଦର ଆଦର୍ଶ ସମାଜ ଗଠନ ହେଉଛି ଭାଗବତର ମୂଳ ଉଦ୍ଦେଶ୍ୟ । ‘ଯଦୁ ଅବଧୂତ ସମ୍ବାଦ’ରୁ ଏହାର ସତ୍ୟତା ବିଚାର କର । [2013/25m/2b]

  19. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ନୈତିକତାର ଉତ୍ତରଣରେ ଭାଗବତର ‘ଯଦୁ ଅବଧୂତ ସମ୍ବାଦ’ର ପ୍ରାସଙ୍ଗିକତା ବିଚାର କର । [2012/12m/1b]

  20. ନିମ୍ନ ପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ଭାଗବତର ‘ଯଦୁ ଅବଧୂତ ସମ୍ବାଦ’ରୁ ଅବଧୂତଙ୍କ ଜୀବନଦୃଷ୍ଟିର ପରିଚୟ ଦିଅ । [2012/30m/2b]

  21. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଅବଧୂତଙ୍କ ଚବିଶଗୁରୁଙ୍କ ବର୍ଣ୍ଣନା ମାନବ ସମାଜ ପାଇଁ କେଉଁ ଦୀକ୍ଷା ଓ ଶିକ୍ଷା ଉପରେ ପ୍ରତିଷ୍ଠିତ – ଆଲୋଚନା କର । [2011/15m/1a]

  22. ‘ଯଦୁ ଅବଧୂତ ସମ୍ବାଦ’ ଅବଲମ୍ବନରେ ଆଦର୍ଶ ଜୀବନ ଯାପନ ପାଇଁ ଉତ୍ତମ ଗୁରୁର ଆବଶ୍ୟକତା ସମ୍ପର୍କରେ ଅନୁଶୀଳନ କର । [2011/60m/2b]

  23. ‘ଜୀବନକୁ ବୁଝିବାପାଇଁ ନିଜକୁ ସର୍ବଦା ଶିଷ୍ୟ ସ୍ଥାନରେ ରଖିବାକୁ ହେବ’ – ‘ଯଦୁଅବଧୂତ ସମ୍ବାଦ’ ଅନୁସରଣରେ ଏହି ଉକ୍ତିର ତାତ୍ପର୍ଯ୍ୟ ବିଚାର କର । [2010/60m/2]

  24. ନିମ୍ନପ୍ରଦତ୍ତ ଯେକୌଣସି ତିନିଗୋଟି ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକଟି ଆଲୋଚନା 200 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ମହାତ୍ମ ଯୋଗୀ ଅବଧୂତଙ୍କ ଚବିଶ ଗୁରୁଙ୍କ ମଧ୍ୟରୁ କେହି ବି ପଣ୍ଡିତ ରଷିମୁନି ନଥିଲେ । ପ୍ରକୃତି, ମାନବେତର ଜୀବ ଓ ମଣିଷ ମଧ୍ୟରେ ବାଳକ, କୁମାରୀ ଓ ବେଶ୍ୟା ଥିଲେ । ଏହାର ତାତ୍ପର୍ଯ୍ୟ କ’ଣ, ସ୍ୱୀୟ ମତ ବ୍ୟକ୍ତ କର । [2009/20m/1a]

1.3] ଦୀନକୃଷ୍ଣ ଦାସ

22 questions

  1. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ରସକଲ୍ଲୋଳ’ର ପଠିତାଂଶ ଅବଲମ୍ବନରେ ଗୋପୀମାନଙ୍କର ବିରହ ଅବସ୍ଥା ବର୍ଣ୍ଣନା କର । [2024/10m/1c]

  2. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ରସକଲ୍ଲୋଳ’ର ପଠିତାଂଶ ଅବଲମ୍ବନରେ ବର୍ଷାରତୁ ବର୍ଣ୍ଣନାର ସଫଳତା ଦର୍ଶାଅ । [2024/15m/2c]

  3. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ରସକଲ୍ଲୋଳ’ର ପଠିତାଂଶରୁ କବିଙ୍କ ଜୀବନଦର୍ଶନ ଓ କାବ୍ୟଦୃଷ୍ଟିର ପରିଚୟ ଦିଅ। [2020/20m/2a]

  4. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ରସକଲ୍ଲୋଳ’ର ପଠିତାଂଶ ଅବଲମ୍ବନରେ ଦୀନକୃଷ୍ଣଙ୍କର କବିତ୍ୱର ବିମଳ ପରିଚୟ ଦିଅ। [2019/15m/2b]

  5. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଲଳିତ ପଦାବଳୀର ଅପୂର୍ବ ଆଲେଖ୍ୟ ‘ରସକଲ୍ଲୋଳ’ କାବ୍ୟ। ପଠିତାଂଶ ଭିତ୍ତିରେ ଆଲୋଚନା କର। [2019/15m/4c]

  6. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ପଟାନ୍ତରହୀନ ପଦଲାଳିତ୍ୟ ହେଉଛି ରସକଲ୍ଲୋଳ କାବ୍ୟ-ସୌଷ୍ଠବର ଅନନ୍ୟ ବୈଶିଷ୍ଟ୍ୟ। ବିଚାର କର। [2018/15m/2b]

  7. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ନିଖୁଣ କାବ୍ୟ-କୌଶଳ ଏବଂ କଥାବସ୍ତୁର ପରିପୂର୍ଣ୍ଣ ଉପସ୍ଥାପନା ଦୃଷ୍ଟିରୁ ‘ରସକଲ୍ଲୋଳ’ ଏକ ଅନବଦ୍ୟ ସୃଷ୍ଟି। ବିଶ୍ଳେଷଣ କର। [2018/20m/3a]

  8. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ରସକଲ୍ଲୋଳର’ କାବ୍ୟଲାଳିତ୍ୟ ପଠିତାଂଶ ଅବଲମ୍ବନରେ ବିବେଚନା କର । [2017/16.7m/2b]

  9. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ରସକଲ୍ଲୋଳ’ ର ନିର୍ଦ୍ଧାରିତ ଅଂଶଭିତ୍ତିରେ ଦୀନକୃଷ୍ଣଙ୍କ କବିତ୍ୱ ମୂଲ୍ୟାୟନ କର । [2017/16.7m/3a]

  10. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): “କଲ୍ଲୋଳେ ପଦଲାଳିତ୍ୟମ୍” ଉକ୍ତିଟି ରସକଲ୍ଲୋଳ ନିମନ୍ତେ କେତେଦୂର ପ୍ରଯୁଜ୍ୟ, ଆଲୋଚନା କର। [2016/10m/1c]

  11. ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ରସକଲ୍ଲୋଳରେ ଦୀନକୃଷ୍ଣଙ୍କ କାବ୍ୟାଦର୍ଶର ସ୍ୱାତନ୍ତ୍ର୍ୟ ପଠିତାଂଶ ଦ୍ୱାରା ବିବେଚନା କର। [2016/16.7m/3a]

  12. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଗୋପୀମାନଙ୍କର ହୃଦୟର ବେଦନା କିପରି ଉଦ୍ଧବଙ୍କ ଦ୍ୱାରା ବର୍ଣ୍ଣିତ ହୋଇଛି – ବିଚାର କର। [2015/10m/1c]

  13. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ସାଙ୍ଗୀତିକତା, ପଦଲାଳିତ୍ୟ ଓ ଅପୂର୍ବ କାବ୍ୟଶୈଳୀରେ ରସକଲ୍ଲୋଳର ସ୍ୱାତନ୍ତ୍ର୍ୟ ନିହିତ – ବିଚାର କର । [2015/15m/2b]

  14. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ରସକଲ୍ଲୋଳ’ର ନିର୍ଦ୍ଧାରିତ ଅଂଶ ଭିତ୍ତିରେ ଦୀନକୃଷ୍ଣଙ୍କ କାବ୍ୟ ପ୍ରତିଭାର ମୂଲ୍ୟାୟନ କର । [2014/20m/3a]

  15. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ରସକଲ୍ଲୋଳ’ର ପଠିତାଂଶକୁ ଆଧାର କରି କବି ଓ କବିତାର ସ୍ୱରୂପ ବିଶ୍ଳେଷଣ କର । [2014/15m/3c]

  16. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ବର୍ଷା ବର୍ଣ୍ଣନରେ ଶୃଙ୍ଗାରରସ ଓ ଭକ୍ତିରସର ଯେଉଁ ସୁମଧୁର ସମନ୍ୱୟ ଘଟିଛି, ‘ରସକଲ୍ଲୋଳ’ କାବ୍ୟରୁ ତାର ପ୍ରାସଙ୍ଗିକତା ବିଚାର କର । [2013/10m/1c]

  17. ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । କବି ଜୀବନର କରୁଣଚିତ୍ର ରସକଲ୍ଲୋଳର ପଠିତ ଛାନ୍ଦ ଅନୁସରଣରେ ଅନୁଶୀଳନ କର । [2013/25m/3a]

  18. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ରସକଲ୍ଲୋଳ’ କାବ୍ୟର ପଠିତାଂଶ ଆଧାରରେ ଉନ୍ନତ କବି, ରୁଚିପୂର୍ଣ୍ଣ କବିତା ଓ ଆଦର୍ଶ କବିତ୍ୱର ସ୍ୱରୂପ ଆକଳନ କର । [2012/12m/1c]

  19. ନିମ୍ନ ପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ‘ରସକଲ୍ଲୋଳ’ କାବ୍ୟର ପଠିତାଂଶକୁ ଅବଲମ୍ବନ କରି କବିଙ୍କ ଜୀବନଦୃଷ୍ଟିର ସ୍ୱରୂପ ଆକଳନ କର । [2012/30m/3a]

  20. “କବି ଦୀନକୃଷ୍ଣ ପେଟ ପାଇଁ ଛଟପଟ ହୋଇଛନ୍ତି, ଭକ୍ତିବାଟରୁ ବିଚ୍ୟୁତ ହୋଇ ଯାଇଛନ୍ତି, କେତେବେଳେ ଅଦୃଶ୍ୟ ନଟ, କେତେବେଳେ ବଧିର ଭାଟ’ ପରି ହୋଇଛି ତାଙ୍କର ଆଚରଣ” – ଏ ଉକ୍ତିର ତାତ୍ତ୍ୱିକ ବିଶ୍ଳେଷଣ କର । [2011/0m/4a]

  21. ନିମ୍ନପ୍ରଦତ୍ତ ଯେ କୌଣସି ତିନିଗୋଟି ବିଷୟରେ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା ଦୁଇଶହ ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ମଧ୍ୟଯୁଗୀୟ କୃଷ୍ଣକାବ୍ୟ ପରଂପରାରେ ‘ରସକଲ୍ଲୋଳ’ର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କର । [2010/20m/1b]

  22. କୃଷ୍ଣ ବିରହ ଦଶା ଭୋଗୁଥିବା ଗୋପୀମାନଙ୍କର ଅବସ୍ଥାର ବର୍ଣ୍ଣନା ମଧ୍ୟରେ କବିଙ୍କର କାବ୍ୟ-ମାନସର ରୀତିଯୁଗୀୟ ପରାକାଷ୍ଠା କିଭଳି ପ୍ରଦର୍ଶିତ ହୋଇଛି, ଆଲୋଚନା କର । [2009/60m/3]

1.4] ଉପେନ୍ଦ୍ର ଭଞ୍ଜ

21 questions

  1. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ଉପେନ୍ଦ୍ର ଭଞ୍ଜ ‘ଲାବଣ୍ୟବତୀ’ର ପ୍ରଥମ ଛାନ୍ଦର ଭାଷା-ଶୈଳୀ ସମ୍ପର୍କରେ ଯାହା ଉଲ୍ଲେଖ କରିଛନ୍ତି, ବର୍ଣ୍ଣନା କର । [2024/10m/1d]

  2. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଲାବଣ୍ୟବତୀ ଓ ଚନ୍ଦ୍ରଭାନୁର ଜନ୍ମ ବୃତ୍ତାନ୍ତ ପ୍ରଥମ ଛାନ୍ଦ ଅବଲମ୍ବନରେ ବର୍ଣ୍ଣନା କର । [2024/15m/3b]

  3. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଲାବଣ୍ୟବତୀ’ କାବ୍ୟର ପ୍ରଥମ ଛାନ୍ଦରୁ ଭଞ୍ଜ-କାବ୍ୟକୌଶଳର ସ୍ୱରୂପ ନିର୍ଣ୍ଣୟ କର। [2020/10m/1d]

  4. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଲାବଣ୍ୟବତୀ’ର ପ୍ରଥମଛାନ୍ଦରୁ କାବ୍ୟର କଥାବସ୍ତୁ ଓ ଶୈଳୀର ସଙ୍କେତ ମିଳେ–ଆଲୋଚନା କର। [2020/20m/3a]

  5. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଲାବଣ୍ୟବତୀ’ କାବ୍ୟରେ ଶିବପାର୍ବତୀଙ୍କ ପ୍ରସଙ୍ଗ ପ୍ରଥମ ଛାନ୍ଦରୁ କିପରି କଥାବସ୍ତୁକୁ ନିୟନ୍ତ୍ରିତ କରିଛି–ସମୀକ୍ଷା କର। [2020/15m/4b]

  6. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଲାବଣ୍ୟବତୀ’ର ପ୍ରଥମ ଛାନ୍ଦର ଗୁରୁତ୍ୱ ପ୍ରତିପାଦନ କର। [2019/10m/1c]

  7. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଲାବଣ୍ୟବତୀ’ର ପଠିତାଂଶ ଭିତ୍ତିରେ ଭଂଜୀୟ କାବ୍ୟାଦର୍ଶର ପରିଚୟ ଦିଅ। [2019/15m/3b]

  8. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଇଷ୍ଟଦେବ ସ୍ତୁତି, ବିଷୟ ବର୍ଣ୍ଣନା, ଖଳନିନ୍ଦା ଓ ସାଧୁମାନଙ୍କର ପ୍ରଶସ୍ତି। ‘ଲାବଣ୍ୟବତୀ’ର ପଠିତାଂଶ ଅବଲମ୍ବନରେ ଆଲୋଚନା କର। [2018/10m/1d]

  9. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଲାବଣ୍ୟବତୀର ପୂର୍ବଜନ୍ମବୃତ୍ତାନ୍ତ ସମ୍ପର୍କରେ ଆଲୋଚନା କର। [2018/15m/3b]

  10. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ‘ଲାବଣ୍ୟବତୀ’ ର ପ୍ରଥମଛାନ୍ଦ ସମଗ୍ର କାବ୍ୟର ମୂଖବନ୍ଧ – ପ୍ରମାଣ କର । [2017/10m/1d]

  11. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଲାବଣ୍ୟବତୀ’ ରୀତିଯୁଗୀୟ କାବ୍ୟର ଆଦର୍ଶ ସତ୍ୟତା ପ୍ରମାଣ କର । [2017/16.7m/3b]

  12. ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ଲାବଣ୍ୟବତୀରେ ନଗର ବର୍ଣ୍ଣନାର ବୈଚିତ୍ର୍ୟ ପ୍ରତିପାଦନ କର। [2016/16.7m/2c]

  13. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ବିଷବୃକ୍ଷ ସ୍ଥାପି ନାଶ କରିବାର ଦୋଷ,
    ଏ ସଂସାର ଆମ୍ଭ ଖେଳଘରର ସଦୃଶ ହୋ’ – ‘ଲାବଣ୍ୟବତୀ’ର ପଠିତାଂଶ ଅବଲମ୍ବନରେ ଯଥାର୍ଥତା ପ୍ରତିପାଦନ କର । [2015/20m/3a]

  14. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଲାବଣ୍ୟବତୀ’ର ପ୍ରଥମ ଛାନ୍ଦରେ ପ୍ରତିଫଳିତ ରୀତିଯୁଗୀୟ କାବ୍ୟାଦର୍ଶ – ଆଲୋଚନା କର । [2015/15m/4b]

  15. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଲାବଣ୍ୟବତୀର ଦ୍ୱିତୀୟ ଛାନ୍ଦ ଅନୁସରଣରେ କବିଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟିର ବିଶ୍ଳେଷଣ କର । [2014/10m/1d]

  16. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଲାବଣ୍ୟବତୀ’ର ନିର୍ଦ୍ଧାରିତ ଅଂଶ ଭିତ୍ତିରେ କବିଙ୍କ କାବ୍ୟିକ ଶୈଳୀର ଆଲୋଚନା କର । [2014/15m/3b]

  17. ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ‘ପଦ ସରଳ ଧ୍ୱନିରେ ମାନସ ମୋହିବ
    ଅର୍ଥୀଜନ ପ୍ରକରକୁ ଆନନ୍ଦ କରିବ ହେ’ –
    ‘ଲାବଣ୍ୟବତୀ’ର ପଠିତ ଛାନ୍ଦ ଆଧାରରେ ଏହାର ଯଥାର୍ଥତା ପ୍ରତିପାଦନ କର । [2013/25m/3b]

  18. ନିମ୍ନ ପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ପଠିତାଂଶଭିତ୍ତିରେ ଲାବଣ୍ୟବତୀର ପୂର୍ବ ଜନ୍ମ ବୃତ୍ତାନ୍ତର ସ୍ୱରୂପ ବିଶ୍ଳେଷଣ କର । [2012/30m/3b]

  19. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ସିଂହଳ ଦ୍ୱୀପ ବର୍ଣ୍ଣନାରେ ଉପେନ୍ଦ୍ର ଭଞ୍ଜଙ୍କର ଅନାବିଳ କବିତ୍ୱର ପରିଚୟ ପ୍ରଦାନ କର । [2011/15m/1b]

  20. ‘ଲାବଣ୍ୟବତୀ’ କାବ୍ୟର ପ୍ରଥମ ଓ ଦ୍ୱିତୀୟ ଛାନ୍ଦକୁ ଆଧାର କରି କବିଙ୍କ ସୌନ୍ଦର୍ଯ୍ୟବୋଧର ସ୍ୱରୂପ ବିଶ୍ଳେଷଣ କର । [2011/60m/4b]

  21. ନିମ୍ନପ୍ରଦତ୍ତ ଯେକୌଣସି ତିନିଗୋଟି ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକଟି ଆଲୋଚନା 200 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ପୁନର୍ଜନ୍ମ ବିଶ୍ୱାସ କିଭଳି ‘ଲାବଣ୍ୟବତୀ’ କାବ୍ୟର ପ୍ରାରମ୍ଭିକ ଭିତ୍ତିଭୂମି ସୃଷ୍ଟି କରିଛି, ପଠିତ ଛାନ୍ଦଦ୍ୱୟ ଅବଲମ୍ବନରେ ଆଲୋଚନା କର । [2009/20m/1b]

1.5] ରାଧାନାଥ ରାୟ

22 questions

  1. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଚନ୍ଦ୍ରଭାଗା’ ଚରିତ୍ରରେ ପ୍ରକାଶିତ ନୂତନତ୍ୱ ଦର୍ଶାଅ । [2024/10m/1e]

  2. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଚନ୍ଦ୍ରଭାଗା’ରେ ବର୍ଣ୍ଣିତ ପ୍ରକୃତି ଉପରେ ଆଲୋକପାତ କର । [2024/15m/3c]

  3. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଚନ୍ଦ୍ରଭାଗା’ କାବ୍ୟରେ ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବ ଆଲୋଚନା କର। [2020/10m/1c]

  4. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ରାଧାନାଥ ରୂପପ୍ରାଣ କବି-ଚନ୍ଦ୍ରଭାଗା କାବ୍ୟ ଅବଲମ୍ବନରେ ପ୍ରମାଣ କର। [2020/15m/2b]

  5. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଭଗ୍ନ କୋଣାର୍କ ମନ୍ଦିର ସହିତ ସୂର୍ଯ୍ୟଦେବତାଙ୍କ ସମ୍ପର୍କ ‘ଚନ୍ଦ୍ରଭାଗା’ ଅବଲମ୍ବନରେ ବିଚାର କର। [2020/15m/3b]

  6. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ପ୍ରକୃତିର ଅନୁପମ ଚିତ୍ର ପ୍ରଦାନରେ ରାଧାନାଥଙ୍କ କୃତିତ୍ୱ ‘ଚନ୍ଦ୍ରଭାଗା’ କାବ୍ୟ ଅବଲମ୍ବନରେ ଆଲୋଚନା କର। [2019/10m/1d]

  7. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ପ୍ରାଚ୍ୟ ଓ ପାଶ୍ଚାତ୍ୟ କାବ୍ୟାଦର୍ଶର ଅପୂର୍ବ ସମନ୍ୱୟ ହେଉଛି ରାଧାନାଥଙ୍କ ‘ଚନ୍ଦ୍ରଭାଗା’ କାବ୍ୟ–ଆଲୋଚନା କର। [2019/15m/2c]

  8. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଓଭିଡ୍‌ଙ୍କ ଆପୋଲୋ ଓ ଡାଫନୀର କାହାଣୀର ଆଧାରରେ ‘ଚନ୍ଦ୍ରଭାଗା’ର କଥାବସ୍ତୁ ପରିକଳ୍ପିତ। ସତ୍ୟତା ପ୍ରମାଣ କର। [2018/10m/1c]

  9. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଚନ୍ଦ୍ରଭାଗା’ ଅବଲମ୍ବନରେ କବି ରାଧାନାଥଙ୍କର ପ୍ରକୃତି ପ୍ରାଣତାର ପରିଚୟ ପ୍ରଦାନ କର। [2018/15m/4b]

  10. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ‘ଚନ୍ଦ୍ରଭାଗା’ କାବ୍ୟରେ ରାଧାନାଥଙ୍କ ବିୟୋଗାନ୍ତକ (ଟ୍ରାଜିକ) ମାନସିକତାର ପରିଚୟ ପ୍ରଦାନ କର । [2017/10m/1c]

  11. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଚନ୍ଦ୍ରଭାଗା’ କାବ୍ୟ ଅବଲମ୍ବନରେ ରାଧାନାଥଙ୍କ ସୌନ୍ଦର୍ଯ୍ୟବୋଧର ପରିଚୟ ପ୍ରଦାନ କର । [2017/16.7m/4b]

  12. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ‘ଚନ୍ଦ୍ରଭାଗା’ରେ ରାଧାନାଥଙ୍କ ସୌନ୍ଦର୍ଯ୍ୟବୋଧର ପରାକାଷ୍ଠା ନିରୂପଣ କର। [2016/10m/1d]

  13. ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ପାରମ୍ପରିକ କାବ୍ୟ ରଚନା କ୍ଷେତ୍ରରେ ରାଧାନାଥଙ୍କ ଚନ୍ଦ୍ରଭାଗା ଏକ ଅଭିନବ ପ୍ରୟାସ–ବିଶ୍ଳେଷଣ କର। [2016/16.7m/3b]

  14. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ପାଶ୍ଚାତ୍ୟ କଥାବସ୍ତୁକୁ ଆମ ଉତ୍କଳର ପରମ୍ପରା ଓ ପ୍ରସିଦ୍ଧିରେ କବି ରାଧାନାଥ କିପରି ମହିମାମଣ୍ଡିତ କରିଛନ୍ତି ଆଲୋଚନା କର । [2015/10m/1d]

  15. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଚନ୍ଦ୍ରଭାଗା’ ଅବଲମ୍ବନରେ କବିଙ୍କର ରୂପ ଓ ପ୍ରକୃତି ବର୍ଣ୍ଣନା-ବିଳାସିତାର ପରିଚୟ ପ୍ରଦାନ କର । [2015/15m/4c]

  16. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) କୋଣାର୍କସ୍ଥ ସୂର୍ଯ୍ୟମନ୍ଦିର ଧ୍ୱଂସ ମୂଳରେ କଣ ରହିଛି, ‘ଚନ୍ଦ୍ରଭାଗା’ କାବ୍ୟ ଅନୁସରଣରେ ଆଲୋଚନା କର । [2014/10m/1c]

  17. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଚନ୍ଦ୍ରଭାଗା’ କାବ୍ୟର ପଠିତାଂଶକୁ ଭିତ୍ତି କରି ରୂପ ବର୍ଣ୍ଣନାରେ ରାଧାନାଥଙ୍କ କୃତିତ୍ୱ ଆଲୋଚନା କର । [2014/15m/4c]

  18. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଉତ୍କଳର ପରମ୍ପରା ଓ ପ୍ରସିଦ୍ଧି ‘ଚନ୍ଦ୍ରଭାଗା’ କାବ୍ୟକୁ କିପରି ମହିମାମଣ୍ଡିତ କରିଛି, ତାର ଆଲୋଚନା କର । [2013/10m/1d]

  19. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ରାଧାନାଥ ରାୟଙ୍କ ‘ଚନ୍ଦ୍ରଭାଗା’ କାବ୍ୟ ଅବଲମ୍ବନରେ କବିଙ୍କ ସୌନ୍ଦର୍ଯ୍ୟ ଦର୍ଶନର ପରିଚୟ ଦିଅ । [2012/12m/1d]

  20. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ଚନ୍ଦ୍ରଭାଗା’ରେ ଉତ୍କଳୀୟ ପ୍ରକୃତିର ସ୍ୱରୂପ ଆକଳନ କର । [2011/15m/1c]

  21. ନିମ୍ନପ୍ରଦତ୍ତ ଯେ କୌଣସି ତିନିଗୋଟି ବିଷୟରେ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା ଦୁଇଶହ ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ଚନ୍ଦ୍ରଭାଗା’ରେ ରାଧାନାଥଙ୍କର ରୋମାଣ୍ଟିକ୍ ଦୃଷ୍ଟିଭଙ୍ଗୀ କିଭଳି ପ୍ରତିଫଳିତ, ଆଲୋଚନା କର । [2010/20m/1c]

  22. ନିମ୍ନପ୍ରଦତ୍ତ ଯେକୌଣସି ତିନିଗୋଟି ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକଟି ଆଲୋଚନା 200 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): କାବ୍ୟପାଠ ଯେତେ ସୁଖକର ହେଲେ ମଧ୍ୟ ବାସ୍ତବଠାରୁ କଥାବସ୍ତୁ ଦୂରେଇ ଗଲେ, ପାଠକ ମନରେ ଅଯଥା ପ୍ରଶ୍ନର ସୂତ୍ରପାତ ହେବାର ସମ୍ଭାବନା ରହେ । ‘ଚନ୍ଦ୍ରଭାଗା’ର କଥାବସ୍ତୁକୁ ଏହି ଦୃଷ୍ଟିରୁ ଆଲୋଚନା କରାଯାଇପାରେ କି? ସ୍ୱୀୟ ମତ ସ୍ପଷ୍ଟ କର । [2009/20m/1c]

1.6] ମାୟାଧର ମାନସିଂହ

16 questions

  1. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଜୀବନଚିତା’ ଆଧାରରେ ଦେବତା ପୂଜା ସମ୍ପର୍କରେ ମାୟାଧର ମାନସିଂହଙ୍କ ଦୃଷ୍ଟିକୋଣ ଦର୍ଶାଅ । [2024/20m/2a]

  2. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଜୀବନଚିତା’ରେ ପ୍ରତିଫଳିତ କବିଙ୍କ ଜୀବନ ଦୃଷ୍ଟି ଉପରେ ଆଲୋକପାତ କର । [2024/15m/4c]

  3. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଜୀବନଚିତା’ କବିତାରୁ ଐଶ୍ୱରିକ ଅନୁଭବର ବ୍ୟାଖ୍ୟା କର। [2020/15m/3c]

  4. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଜୀବନଚିତା’ର ଦାର୍ଶନିକ ଆଭିମୁଖ୍ୟ ବିଚାର କର। [2019/15m/4b]

  5. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଜୀବନ ଚିତା’ କବିତା ଅବଲମ୍ବନରେ କବିଙ୍କର ଆଧ୍ୟାତ୍ମିକ ଚେତନାର ପ୍ରତିଫଳନ ଉପରେ ଆଲୋକପାତ କର। [2018/10m/1e]

  6. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଜୀବନ ଚିତା’ କବି ମାୟାଧର ମାନସିଂହଙ୍କ ଜୀବନବୋଧର ପ୍ରତିଲିପି। ପ୍ରତିପାଦନ କର। [2018/15m/2c]

  7. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ଈଶ୍ୱର ଅନ୍ତରରୁ ଅନ୍ତରୀକ୍ଷଯାଏ ସର୍ବତ୍ର ବିଦ୍ୟମାନ – ‘ଜୀବନଚିତା’ ଅବଲମ୍ବନରେ ଆଲୋଚନା କର । [2017/16.7m/2c]

  8. ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ‘ଜୀବନ ଚିତା’ ହେଉଛି ମାନସିଂହଙ୍କ ଜୀବନବୋଧର ପ୍ରତିଲିପି–ପ୍ରତିପାଦନ କର। [2016/16.7m/3c]

  9. ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ନିଜ ଅଭିମାନକୁ ଭଗବାନଙ୍କ ନିକଟରେ ପ୍ରକାଶ କରିବାରେ ମାନସିଂହଙ୍କ ପ୍ରଚେଷ୍ଟା ସ୍ମରଣୀୟ–‘ଜୀବନ ଚିତା’ ଅବଲମ୍ବନରେ ଆକଳନ କର। [2016/16.7m/4b]

  10. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ଜୀବନ ଚିତା’ ଅବଲମ୍ବନରେ ଇଶ୍ୱରଙ୍କ ଚିକଟରେ ଭକ୍ତର ଅଭିମାନ କିପରି ବ୍ୟକ୍ତ ହୋଇଛି ଆଲୋଚନା କର । [2015/10m/1e]

  11. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଜୀବନ ଚିତା’ ଅବଲମ୍ବନରେ କବି ମାୟାଧର ମାନସିଂହଙ୍କ ଜୀବନାଦର୍ଶର ପରିଚୟ ପ୍ରଦାନ କର । [2015/15m/3b]

  12. ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । କବି ମାନସିଂହଙ୍କ ଜୀବନର ଆତ୍ମଲିପି କିପରି ‘ଜୀବନଚିତା’ର ଛତ୍ରେ ଛତ୍ରେ ଲିପିବଦ୍ଧ ହୋଇଛି, ଆଲୋଚନା କର । [2013/25m/4a]

  13. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ‘ଜୀବନ ଚିତା’ ଗ୍ରନ୍ଥ ଆଧାରରେ କବି ମାୟାଧର ମାନସିଂହଙ୍କ ସୌନ୍ଦର୍ଯ୍ୟବୋଧର ପରିଚୟ ପ୍ରଦାନ କର । [2012/30m/4a]

  14. ଡକ୍ଟର ମାୟାଧର ମାନସିଂହଙ୍କ ‘ଜୀବନ ଚିତା’ କବିତାଗ୍ରନ୍ଥରୁ କବିଙ୍କ ରୋମାଣ୍ଟିକ ଚିନ୍ତାଧାରାର ପରିଚୟ ଦିଅ । [2011/60m/3b]

  15. ନିମ୍ନପ୍ରଦତ୍ତ ଯେ କୌଣସି ତିନିଗୋଟି ବିଷୟରେ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା ଦୁଇଶହ ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ଜୀବନ ଚିତା’ ଅନୁସରଣରେ ମାନସିଂହଙ୍କର କାବ୍ୟବୈଚିତ୍ର୍ୟ ଅନୁଧ୍ୟାନ କର । [2010/20m/1d]

  16. ନିମ୍ନପ୍ରଦତ୍ତ ଯେକୌଣସି ତିନିଗୋଟି ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକଟି ଆଲୋଚନା 200 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ‘ଦକ୍ଷିଣା ପ୍ରତି’ (ଜୀବନ ଚିତା) କବିତାରୁ ସବୁଜ ଯୁଗୀୟ ସ୍ୱର ଅନୁରଣିତ ହେବାଭଳି ମନେ ହେଉଥିଲେ ମଧ୍ୟ ମାନସିଂହୀୟ ଚେତନା ସ୍ପଷ୍ଟ ବାରି ହୁଏ । ଆଲୋଚନା କର । [2009/20m/1d]

1.7] ସଚ୍ଚିଦାନନ୍ଦ ରାଉତରାୟ

16 questions

  1. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘କବିତା-୧୯୬୨’ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ଏକ ଦିଗ ନିର୍ଣ୍ଣାୟକ – ଆଲୋଚନା କର । [2024/20m/3a]

  2. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଆଧୁନିକ କବିତାର ପ୍ରାଣଧର୍ମ କିପରି ‘କବିତା-1962’ର କାବ୍ୟରୀତିରେ ନିହିତ ବିଶ୍ଳେଷଣ କର। [2020/15m/2c]

  3. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ନୂତନ କବିତାର ଭୂମିକା ପ୍ରସ୍ତୁତି ଦିଗରେ ‘କବିତା-୧୯୬୨’ର ଗୁରୁତ୍ୱ ଦର୍ଶାଅ। [2019/10m/1e]

  4. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘କବିତା-୧୯୬୨’ରେ ସ୍ଥାନିତ କବିତା ଗୁଡ଼ିକରେ ଆଧୁନିକ କାଳର ଜଟିଳ ଜୀବନବୋଧର ସଂଧାନ ଯେପରି ରୂପାୟିତ, ତାହା ବିଶ୍ଳେଷଣ କର। [2019/20m/4a]

  5. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ପ୍ରୟୋଗବାଦୀ କାବ୍ୟଧାରାର ଶିଳ୍ପଚାତୁର୍ଯ୍ୟ ସମ୍ବଳିତ ବୌଦ୍ଧିକ ସୃଷ୍ଟି ‘କବିତା ୧୯୬୨’। ସମୀକ୍ଷା କର। [2018/15m/3c]

  6. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ବାକ୍‌ରୀତ ସହିତ କାବ୍ୟରୀତିର ସମନ୍ୱୟ ହେଉଛି ଆଧୁନିକ କବିତାର ପ୍ରାଣଧର୍ମ – ଉକ୍ତିର ଯଥାର୍ଥତା ‘କବିତା 1962’ ଅବଲମ୍ବନରେ ଆଲୋଚନା କର । [2017/16.7m/3c]

  7. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ସଚ୍ଚି ରାଉତରାୟଙ୍କ ‘କବିତା ୧୯୬୨’ରେ ଆଧୁନିକ ମଣିଷର ଜୀବନବୋଧର ସ୍ୱରୂପ ନିରୂପଣ କର। [2016/10m/1e]

  8. ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ସଚ୍ଚି ରାଉତରାୟଙ୍କ କବିତାର ଇତିହାସ ହିଁ ସାମ୍ପ୍ରତିକ ଓଡ଼ିଆ କବିତାର ଇତିହାସ–‘କବିତା ୧୯୬୨’ ଅବଲମ୍ବନରେ ବିଚାର କର। [2016/16.7m/4a]

  9. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ଲୋକ ଉପାଦାନର ପ୍ରୟୋଗ କବିତାର ଆତ୍ମିକ ଅଭିବ୍ୟକ୍ତିକୁ ଅଧିକ ଭାବଗର୍ଭକ ଓ ପ୍ରଭାବଶାଳୀ କରିଛି – ‘କବିତା 1962’ ଅବଲମ୍ବନରେ ପ୍ରତିପାଦନ କର । [2015/15m/2c]

  10. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘କବିତା 1962’ ଆଧୁନିକ ମଣିଷ ଜୀବନର କାବ୍ୟିକ ମୁକୁର – ପ୍ରମାଣ କର । [2014/10m/1e]

  11. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ସଚ୍ଚିଦାନନ୍ଦଙ୍କ କାବ୍ୟଯାତ୍ରାରେ ‘କବିତା 1962’ ଏକ ଅନନ୍ୟ ସୃଷ୍ଟି ପ୍ରତିପାଦନ କର । [2014/20m/4a]

  12. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) କବିତା ଶୈଳୀସର୍ବସ୍ୱ ହେଲେ ସକଳ ପ୍ରକାର ସୌକୁମାର୍ଯ୍ୟ ହରାଇ ବସେ, ‘କବିତା-୧୯୬୨’ ପୁସ୍ତକର ଆଧାରରେ ଏହାର ସତ୍ୟତା ବିଚାର କର । [2013/10m/1e]

  13. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଆଧୁନିକ ଜୀବନର ଅସହାୟତା କିପରି ଆଧୁନିକ କବିତାରେ ପ୍ରତିଫଳିତ ସଚ୍ଚି ରାଉତରାୟଙ୍କ ‘କବିତା – ୧୯୬୨’କୁ ଭିତ୍ତି କରି ଆଲୋଚନା କର । [2012/12m/1e]

  14. ସ୍ଥିତିବାଦୀ ଚେତନାର ସ୍ୱର କିଭଳି ‘କବିତା-୧୯୬୨’ରେ ପ୍ରତିଫଳିତ ହୋଇଛି – ଆଲୋଚନା କର । [2011/0m/3a]

  15. ଆଧୁନିକ ଯୁଗ ଯନ୍ତ୍ରଣାର ଅନ୍ତରଙ୍ଗ ଉପସ୍ଥାପନା ‘କବିତା ୧୯୬୨’ରେ ଦେଖିବାକୁ ମିଳିଥାଏ – ଉକ୍ତିଟିର ବିଶଦ ଆଲୋଚନା କର । [2010/60m/3]

  16. ଆଧୁନିକ ଜୀବନ-ଚିନ୍ତା ଓ ଚେତନାର ସ୍ଫୁରଣ କିଭଳି ‘କବିତା-୧୯୬୨’ରେ ହୋଇଅଛି, ଆଲୋଚନା କର । [2009/60m/2]

1.8] ରମାକାନ୍ତ ରଥ

15 questions

  1. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ସପ୍ତମରତୁ’ର ବିଶେଷତ୍ୱ ଉପରେ ଆଲୋକପାତ କର । [2024/20m/4a]

  2. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ସପ୍ତମ ରତୁ’ କବିତାଗ୍ରନ୍ଥରେ ରମାକାନ୍ତ ରଥଙ୍କ ଜୀବନଦୃଷ୍ଟି ଆଲୋଚନା କର। [2020/10m/1e]

  3. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ସପ୍ତମ ରତୁ’ କବିତାଗ୍ରନ୍ଥରୁ ବାକ୍‌ରୀତିର ପ୍ରୟୋଗରେ କବିଙ୍କ କୃତିତ୍ୱ ଦର୍ଶାଅ। [2020/15m/4c]

  4. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଶକ୍ତିଶାଳୀ ଚିତ୍ରକଳ୍ପଗୁଡ଼ିକର ସଂଯୋଜନା ‘ସପ୍ତମ ରତୁ’ର କାବ୍ୟଭାବନାକୁ ବଳିଷ୍ଠ କରିଛି। ଏହାର ଯଥାର୍ଥତା ପ୍ରତିପାଦନ କର। [2019/15m/3c]

  5. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: “ରମାକାନ୍ତ ରଥଙ୍କ ‘ସପ୍ତମ ରତୁ’ ମରଣୋତ୍ତର ଏକ ଅଜଣା ଅନ୍ଧାବାଟର [?] ସନ୍ଧାନ ପଥରେ।” ବିଚାର କର। [2018/20m/4a]

  6. ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ରମାକାନ୍ତଙ୍କ ‘ସପ୍ତମରତୁ’ ରେ ପ୍ରତିଫଳିତ କବିତ୍ୱ ସଂପର୍କରେ ଆଲୋକପାତ କର । [2017/10m/1e]

  7. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ସପ୍ତମ ରତୁ’ ରେ ପ୍ରକାଶିତ ମୃତ୍ୟୁଚେତନା ରମାକାନ୍ତଙ୍କ କବିତାର ଅନ୍ୟତମ ବୈଶିଷ୍ଟ୍ୟ ବିଶ୍ଳେଷଣ କର । [2017/16.7m/4a]

  8. ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ‘ସପ୍ତମ ରତୁ’ର ରସସୌନ୍ଦର୍ଯ୍ୟ ଓ ମୃତ୍ୟୁଚେତନାର ମୂଲ୍ୟାଙ୍କନ କର। [2016/16.7m/4c]

  9. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ମୃତ୍ୟୁଚେତନା ଓ ମୃତ୍ୟୁବୋଧରୁ ଅମୃତ ଅନୁସନ୍ଧାନର ଆକାଂକ୍ଷା ‘ସପ୍ତମ ରତୁ’ ଗ୍ରନ୍ଥ ଅନୁସରଣରେ ଅନୁଶୀଳନ କର । [2015/15m/3c]

  10. ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ପ୍ରତୀକବାଦୀ କବିତା ସଂକଳନ ଭାବେ ‘ସପ୍ତମରତୁ’ର ତାତ୍ପର୍ଯ୍ୟ ନିରୂପଣ କର । [2014/15m/4b]

  11. ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ମୃତ୍ୟୁକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ରୂପେ ପରିକଳ୍ପନା କରିବା ମଧ୍ୟରେ ଜୀବନ ପାଇଁ ନୂତନ ଅର୍ଥବୋଧର ଅନ୍ୱେଷଣ ହେଉଛି ରମାକାନ୍ତଙ୍କ କାବ୍ୟଚେତନାର ମୁଖ୍ୟ ଆକର୍ଷଣ, ‘ସପ୍ତମରତୁ’ ଅନୁସରଣରେ ଏହାର ଅନୁଶୀଳନ କର । [2013/25m/4b]

  12. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । “ନିଃସଙ୍ଗ ଜୀବନବୋଧ ଓ ମୃତ୍ୟୁ ଚିନ୍ତା କବି ରମାକାନ୍ତ ରଥଙ୍କ କବିତାକୁ କବଳିତ କରିଛି” – ଏଇ ମନ୍ତବ୍ୟର ସତ୍ୟତା ‘ସପ୍ତମ ରତୁ’ ଗ୍ରନ୍ଥ ଅନୁସରଣରେ ଅନୁଶୀଳନ କର । [2012/30m/4b]

  13. ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ସପ୍ତମ ରତୁ’ରେ କବି ରମାକାନ୍ତ ରଥଙ୍କ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କର । [2011/15m/1d]

  14. ‘ସପ୍ତମ ରତୁ’ର ନାମକରଣର ସାର୍ଥକତା ପ୍ରତିପାଦନ କର । [2010/60m/4]

  15. ମଣିଷ ନିଜକୁ ନିଜ ଭିତରେ ଦେଖି ଆତଙ୍କିତ ହୋଇପଡ଼ିବାର ଚିତ୍ର ‘ସପ୍ତମ ରତୁ’ର କବିତାସମୂହରେ ଉଙ୍କି ମାରିଥାଏ । ସ୍ୱୀୟ ମତାମତ ଉଦାହରଣ ସହ ପ୍ରଦାନ କର । [2009/60m/4]

Cover of the UPSC Mains Topic-wise and Year-wise PYQs book (2013–2026)

From the Optional Province team

Strengthen your GS papers

Our UPSC Mains Topic-wise & Year-wise PYQ Book (2013–2026) maps every GS question to the syllabus, so you know what UPSC asks and how often. Now available as a hard copy and an eBook.

Buy Hard Copy on AmazonBuy eBook (PDF)

Download a free sample

Spotted an error? Tell us.

We classify every PYQ with care, but mistakes can slip in. If a question is in the wrong topic, has a typo, the wrong year, or is missing, let us know. We review every report and update the page.

Report an Error

« Previous: ଓଡ଼ିଆ ସାହିତ୍ୟର ଇତିହାସ · Next: ବିଭାଗ ଖ: ନାଟକ, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ »

Back to: Odia Literature Optional PYQs – Topic-wise

Last updated: 2 November 2026