Here are all 158 questions on ବିଭାଗ ଖ: ନାଟକ, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ asked in UPSC Odia Literature Optional Paper II (2009–2024), arranged under the 8 topics of this unit. Within each topic the latest questions come first.
Each question ends with a code such as [2024/15m/3b] – the year, the marks, the word limit (where UPSC set one) and the question number in the paper.

2.1] ମନୋରଞ୍ଜନ ଦାସ
22 questions
ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘କାଠଘୋଡ଼ା’ ନାଟକର ନାମକରଣର ସାର୍ଥକତା ଦର୍ଶାଅ । [2024/10m/5a]
ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘କାଠଘୋଡ଼ା’ ନାଟକରେ ପ୍ରୟୋଗ କରାଯାଇଥିବା ନୂତନତା ଦର୍ଶାଅ । [2024/15m/6c]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘କାଠଘୋଡ଼ା’ ନାଟକରେ ଲୋକନାଟକ ଶୈଳୀର ଉପଯୋଗୀତା ବିଚାର କର। [2020/10m/5a]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ: ‘କାଠଘୋଡ଼ା’ ନାଟକର ପରୀକ୍ଷାଧର୍ମୀ ଦୃଷ୍ଟିକୋଣର ପରିଚୟ ଦିଅ। [2020/15m/6b]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଲୋକ ଉପାଦାନର ବଳିଷ୍ଠ ସଂଯୋଗ ‘କାଠଘୋଡା’ ନାଟକର ମଂଚକଳା ଓ ବକ୍ତବ୍ୟକୁ ଶାଣିତ କରିଛି। ଆଲୋଚନା କର। [2019/10m/5c]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ପ୍ରଚଳିତ ନାଟ୍ୟଧାରାରେ ମନୋରଞ୍ଜନ ଦାସଙ୍କ ‘କାଠଘୋଡ଼ା’ ଏକ ବ୍ୟତିକ୍ରମ। ଆଲୋଚନା କର। [2019/15m/7b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ପରୀକ୍ଷାମୂଳକ ନାଟକ ଭାବରେ ‘କାଠଘୋଡ଼ା’ର ବୈଶିଷ୍ଟ୍ୟ ଦର୍ଶାଅ। [2018/20m/6a]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘କାଠଘୋଡ଼ା’ ଆଧୁନିକ ନାଟକର ମନନଶୀଳତା ଓ ପାରଂପରିକ ଓଡ଼ିଆ ଯାତ୍ରା ଆଙ୍ଗିକରେ ରଚିତ – ଆଲୋଚନା କର । [2017/16.7m/6a]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ଏକ ପ୍ରତୀକାତ୍ମକ ନାଟକ ଭାବରେ ‘କାଠଘୋଡ଼ା’ କୁ ଆଲୋଚନା କର । [2017/16.7m/8a]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ‘କାଠଘୋଡ଼ା’ ନାଟକର ନାଟ୍ୟଶୈଳୀର ମୂଲ୍ୟାଙ୍କନ କର। [2016/10m/5a]
ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ଆଧୁନିକ ମଣିଷର ଅସହାୟତା ‘କାଠଘୋଡ଼ା’ ନାଟକରେ କିପରି ପ୍ରକାଶିତ ହୋଇଛି, ଅନୁଶୀଳନ କର। [2016/16.7m/6a]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ମନୁଷ୍ୟ ଜୀବନର ରହସ୍ୟ ଉଦ୍ଘାଟନ ଓ ବ୍ୟକ୍ତି ଚେତନାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣରେ ‘କାଠଘୋଡ଼ା’ ନାଟକର ଭୂମିକା ନିରୂପଣ କର । [2015/10m/5a]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ଆଭାସଧର୍ମୀ ସଂଳାପ ମାଧ୍ୟମରେ ମଣିଷର ଅବଚେତନ ମାନସର ଚିତ୍ର ଅଙ୍କନ କରିବାରେ ମନୋରଞ୍ଜନ ଦାସ ସିଦ୍ଧହସ୍ତ – ‘କାଠ ଘୋଡ଼ା’ ଅବଲମ୍ବନରେ ଆଲୋଚନା କର । [2015/15m/7c]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘କାଠଘୋଡ଼ା’ର ଉପସ୍ଥାପନ ଶୈଳୀର ଆଲୋଚନା କର । [2014/10m/5a]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ପ୍ରୟୋଗବାଦୀ ନୂତନ ଶୈଳୀର ନାଟକ ଭାବେ ‘କାଠଘୋଡ଼ା’ର ମୂଲ୍ୟାୟନ କର । [2014/15m/6c]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଯୁଗଯନ୍ତ୍ରଣାର ବାହକଭାବେ ଦର୍ଶକର ବୌଦ୍ଧିକ ଚେତନାକୁ ସ୍ପର୍ଶ କରିବାରେ ‘କାଠଘୋଡ଼ା’ର ଏକ ସ୍ୱତନ୍ତ୍ର ଭୂମିକା ରହିଛି, ବିଚାର କର । [2013/10m/5a]
ନିମ୍ନପ୍ରଦତ୍ତ ପ୍ରତ୍ୟେକ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ସାଂପ୍ରତିକ ମଣିଷ ତାର ଜୀବନ ପରିସର ମଧ୍ୟରେ ନିଜକୁ ଏକାନ୍ତ ଅସହାୟ ମନେକରୁଛି, ‘କାଠଘୋଡ଼ା’ ହେଉଛି ତାହାର ନିଚ୍ଛକ ଦୃଷ୍ଟାନ୍ତ, ବିଚାର କର । [2013/25m/6b]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ମଞ୍ଚ ସହିତ ଦର୍ଶକର ସମନ୍ୱୟ ସ୍ଥାପନରେ ମନୋରଂଜନ ଦାସଙ୍କ ‘କାଠଘୋଡ଼ା’ ନାଟକର ସ୍ୱାତନ୍ତ୍ର୍ୟ ଅନୁଶୀଳନ କର । [2012/12m/5a]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ‘କାଠଘୋଡ଼ା’ ନାଟକର ମଞ୍ଚୋପଯୋଗିତା ବିଚାର କର । [2012/30m/6a]
‘କାଠ ଘୋଡ଼ା’ରେ ଲୋକନାଟ୍ୟ ଶୈଳୀର ପ୍ରୟୋଗ କେତେଦୂର ସଫଳ ହୋଇଛି – ବିଚାର କର । [2011/0m/6a]
‘କାଠଘୋଡ଼ା’ରେ ମାନବୀୟ ସ୍ଥିତିର ବୈକଲ୍ୟ କିଭଳି ପ୍ରକଟିତ, ଆଲୋଚନା କର । [2010/60m/6]
ଆଧୁନିକ ବିଷୟବସ୍ତୁ ଓ ପାରମ୍ପରିକ ନାଟ୍ୟରୀତି କିଭଳି ‘କାଠଘୋଡ଼ା’ ନାଟକକୁ ସଫଳ କରିଛି, ଆଲୋଚନା କରି ସ୍ୱୀୟ ମତାମତ ପ୍ରଦାନ କର । [2009/60m/6]
2.2] ବିଜୟ ମିଶ୍ର
19 questions
ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ତଟନିରଞ୍ଜନା’ର ଗୌତମ ଚରିତ୍ରର ବୈଶିଷ୍ଟ୍ୟ ଆଲୋଚନା କର । [2024/10m/5b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ବୌଦ୍ଧ ଧର୍ମ-ଦର୍ଶନର ବିରୋଧାତ୍ମକ ଚିତ୍ରର ପ୍ରତିଫଳନ ‘ତଟନିରଞ୍ଜନା’ରେ କିପରି ଘଟିଛି – ଦର୍ଶାଅ । [2024/15m/7b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ତଟ ନିରଞ୍ଜନା’ ନାଟକର ମଞ୍ଚମୂଲ୍ୟ ନିର୍ଣ୍ଣୟ କର। [2020/15m/7c]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ବୌଦ୍ଧଯୁଗୀୟ ପୃଷ୍ଠଭୂମି ଆଧାରିତ ‘ତଟ ନିରଞ୍ଜନା’ରୁ ଜୀବନ ଜିଜ୍ଞାସାର ଚିତ୍ର ଉପସ୍ଥାପନ କର। [2020/15m/8b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ତଟ ନିରଂଜନା’ ନାଟକରୁ ଇଚ୍ଛାମତୀ ଚରିତ୍ରର ସ୍ୱରୂପ ପ୍ରତିପାଦନ କର। [2019/20m/6a]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ତଟ ନିରଂଜନା’ ଇତିହାସ, ପୁରାଣ ଓ ଆଧୁନିକତାର ଏକ ମଧୁର ସମନ୍ୱୟ–ଆଲୋଚନା କର। [2018/10m/5e]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: “ ‘ତଟ ନିରଂଜନା’ର ବୁଦ୍ଧ ସର୍ବଶେଷ ବୁଦ୍ଧ ନୁହନ୍ତି।” ବିବେଚନା କର। [2018/15m/7c]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ‘ତଟ ନିରଂଜନା’ ରେ ନାଟ୍ୟକାରଙ୍କ ଦୃଷ୍ଟିଭଂଗୀ ସଂପର୍କରେ ଆଲୋଚନା କର । [2017/10m/5e]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ନବ୍ୟଇତିହାସବାଦ ଦୃଷ୍ଟିକୋଣରୁ ‘ତଟନିରଂଜନା’ ନାଟକର ବିବେଚନା କର । [2017/16.7m/7c]
ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ‘ତଟନିରଞ୍ଜନା’ରେ ନାଟ୍ୟକାରଙ୍କ ଭାବଚେତନା ଉପରେ ଆଲୋକପାତ କର। [2016/16.7m/6b]
ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ସମସାମୟିକ ଜୀବନାଦର୍ଶ ମଧ୍ୟରେ ଐତିହାସିକ ଘଟଣାକୁ ରୂପାୟିତ କରିବାରେ ନାଟ୍ୟକାର ବିଜୟ ମିଶ୍ରଙ୍କ ସାର୍ଥକତା ‘ତଟନିରଞ୍ଜନା’ ନାଟକ ଅବଲମ୍ବନରେ ବିଚାର କର। [2016/16.7m/7a]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ଉଚ୍ଚମାନର ମଞ୍ଚକଳା ଓ ବୌଦ୍ଧିକତା ଦୃଷ୍ଟିକୋଣରୁ ‘ତଟ ନିରଞ୍ଜନା’ ଏକ ପରୀକ୍ଷାଧର୍ମୀ ନାଟକ – ଆଲୋଚନା କର । [2015/20m/6a]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ‘ତଟ ନିରଂଜନା’ ଆଧୁନିକ ଜୀବନବୋଧର କଳାତ୍ମକ ରୂପ – ବିଶ୍ଳେଷଣ କର । [2014/20m/6a]
ନିମ୍ନପ୍ରଦତ୍ତ ପ୍ରତ୍ୟେକ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ଐତିହାସିକ ଘଟଣାକୁ ସମକାଳୀନ ଜୀବନାଦର୍ଶ ମଧ୍ୟରେ ରୂପଦେବାରେ ନାଟ୍ୟକାରଙ୍କ କୃତିତ୍ୱ ‘ତଟନିରଂଜନା’ ନାଟକ ଅବଲମ୍ବନରେ ବିଚାର କର । [2013/25m/6a]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ବୌଦ୍ଧଯୁଗର କାହାଣୀକୁ ନୂତନ ରୂପରେଖ ଦେବାରେ ନାଟ୍ୟକାର ବିଜୟ ମିଶ୍ରଙ୍କ କୃତିତ୍ୱ ଅନୁଶୀଳନ କର । [2012/30m/6b]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) “ମୁଁ ସର୍ବଶେଷ ବୁଦ୍ଧ ନୁହେଁ” – ଏହି ଉକ୍ତିର ସାର୍ଥକତା ‘ତଟ ନିରଞ୍ଜନା’ ଆଧାରରେ ଆଲୋଚନା କର । [2011/15m/5a]
“ବୌଦ୍ଧଧର୍ମ ଦର୍ଶନର ପ୍ରାସଙ୍ଗିକତା ଏବେ ସୁଦ୍ଧା ଆମ ସମାଜରେ ରହିଅଛି” – ଏହି ଭାବଧାରା ଅନୁସରଣରେ ବିଜୟ ମିଶ୍ରଙ୍କ ‘ତଟ ନିରଞ୍ଜନା’ ନାଟକର ମୂଲ୍ୟାୟନ କର । [2011/60m/6b]
ନିମ୍ନପ୍ରଦତ୍ତ ବିଷୟଗୁଡ଼ିକ ମଧ୍ୟରୁ ଯେ କୌଣସି ତିନୋଟିର ସଂକ୍ଷିପ୍ତ ଆଲୋଚନା ଲେଖ । (ପ୍ରତ୍ୟେକଟି ଆଲୋଚନା ଦୁଇଶହ ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ପ୍ରୟୋଗବାଦୀ ଓଡ଼ିଆ ନାଟ୍ୟଧାରାରେ ‘ତଟନିରଞ୍ଜନା’ର ସ୍ୱାତନ୍ତ୍ର୍ୟ ବିଚାର କର । [2010/20m/5a]
ନିମ୍ନପ୍ରଦତ୍ତ ବିଷୟଗୁଡ଼ିକ ମଧ୍ୟରୁ ଯେକୌଣସି ତିନୋଟିର ସଂକ୍ଷିପ୍ତ ଆଲୋଚନା ଲେଖ (ପ୍ରତ୍ୟେକଟି ଆଲୋଚନା 200 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): “ଏ ନାଟକ ଆଦୌ ଐତିହାସିକ, ତାତ୍ତ୍ୱିକ କିମ୍ବା ଧର୍ମୀୟ ନୁହେଁ । ବୁଦ୍ଧ, ବୌଦ୍ଧଧର୍ମ କିମ୍ବା ହଠାଦ୍ ଇତିହାସରୁ ବାହାରି ଆସିଥିବା କେତେକ ଚରିତ୍ର ନାଟକର ଐତିହାସିକତା ପାଇଁ ନୁହେଁ ।” ନାଟ୍ୟକାରଙ୍କ ଏହି ଉକ୍ତିର ଆଧାରରେ ‘ତଟନିରଞ୍ଜନା’ର ଆଲୋଚନା କର । [2009/20m/5a]
2.3] ଫକୀରମୋହନ ସେନାପତି
21 questions
ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଛ’ମାଣ ଆଠଗୁଣ୍ଠ’ରେ ଫକୀର ମୋହନଙ୍କର ହାସ୍ୟରସ ପ୍ରୟୋଗ ସମ୍ପର୍କରେ ଆଲୋଚନା କର । [2024/10m/5e]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଚମ୍ପା’ ଚରିତ୍ରର କୁଟିଳତାର ବିବିଧ ଦିଗ ଦର୍ଶାଅ । [2024/15m/8c]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଛ’ମାଣ ଆଠଗୁଣ୍ଠ’ରେ ‘ଅସୁରଦୀଘି’ ପରିଚ୍ଛେଦଟିର ଉପଯୋଗୀତା ବିଚାର କର। [2020/10m/5c]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ: ସଇତାନ ଚରିତ୍ରଗୁଡ଼ିକ ଫକୀରମୋହନଙ୍କ ଖୁବ ପ୍ରଭାବଶାଳୀ–‘ଛ’ମାଣ ଆଠଗୁଣ୍ଠ’ ଅବଲମ୍ବନରେ ବିଚାର କର। [2020/20m/6a]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଚଂପା ଚରିତ୍ରର ବିଭୀଷିକାମୟ ଦିଗ ‘ଛମାଣ ଆଠଗୁଣ୍ଠ’ ଅବଲମ୍ବନରେ ପ୍ରକାଶ କର। [2019/10m/5a]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସ ଅବଲମ୍ବନରେ ସମକାଳୀନ ସମାଜର ସ୍ୱରୂପ ପ୍ରତିପାଦନ କର। [2019/20m/7a]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: “ପୁଣ୍ୟର ଜୟ, ଏବଂ ପାପର କ୍ଷୟ”–ଏହି ଦର୍ଶନ ଉପରେ ‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସର ପରିକଳ୍ପନା। ଆଲୋଚନା କର। [2018/10m/5a]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଓଡ଼ିଶାର କୃଷିଭିତ୍ତିକ ସମାଜରେ ଜମିଦାରୀ ଦୌରାତ୍ମ୍ୟର ନିଖୁଣ ଚିତ୍ର ‘ଛ’ମାଣ ଆଠଗୁଣ୍ଠ’ରେ କିପରି ବର୍ଣ୍ଣିତ, ପ୍ରମାଣ କର। [2018/15m/6c]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ‘ଛମାଣ ଆଠଗୁଣ୍ଠ’ ର ଭାଷାଶୈଳୀଗତ ବୈଶିଷ୍ଟ୍ୟ ସଂପର୍କରେ ଆଲୋକପାତ କର । [2017/10m/5a]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଛମାଣ ଆଠଗୁଣ୍ଠ’ ର ଖଳ ଚରିତ୍ର ସୃଷ୍ଟିରେ ଫକୀରମୋହନଙ୍କ ସ୍ୱାତନ୍ତ୍ର୍ୟ ନିରୂପଣ କର । [2017/16.7m/6c]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସରେ ନାରୀଚରିତ୍ରର ବୈଚିତ୍ର୍ୟ ସମ୍ପର୍କରେ ଆଲୋକପାତ କର। [2016/10m/5b]
ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ଓଡ଼ିଆ ଉପନ୍ୟାସରେ ସାମାଜିକ ବାସ୍ତବବାଦ (Social realism)ର ଆଦ୍ୟ ପ୍ରବର୍ତ୍ତକ ହେଉଛନ୍ତି ଫକୀରମୋହନ– ‘ଛ’ମାଣ ଆଠଗୁଣ୍ଠ’ ଅବଲମ୍ବନରେ ପ୍ରମାଣ କର। [2016/16.7m/6c]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସ ଅବଲମ୍ବନରେ ତତ୍କାଳୀନ ଓଡ଼ିଶାର ସାମାଜିକ ଚିତ୍ର ପ୍ରଦାନ କର । [2015/10m/5c]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସରେ ବର୍ଣ୍ଣିତ ନାରୀ ଚରିତ୍ର ଚିତ୍ରଣରେ ଫକୀର ମୋହନଙ୍କ କୃତିତ୍ୱ ଆଲୋଚନା କର । [2015/15m/8c]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଛ’ମାଣ ଆଠଗୁଣ୍ଠରେ ପ୍ରଦର୍ଶିତ ଚରିତ୍ରମାନଙ୍କ ବୈଚିତ୍ର୍ୟ ସଂପର୍କରେ ବିଶ୍ଳେଷଣ କର । [2014/10m/5c]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ଉପନ୍ୟାସର ସଫଳତା ପାଇଁ ଶୈଳୀର ଭୂମିକା ଗୁରୁତ୍ୱପୂର୍ଣ୍ଣ – ଛ’ମାଣ ଆଠଗୁଣ୍ଠ ଭିତ୍ତିରେ ଆଲୋଚନା କର । [2014/15m/6b]
ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ‘ଲୋଭରୁ ପାପ ଏବଂ ପାପରୁ ମୃତ୍ୟୁ’ – ଏହି ବାଣୀଟି ଛ’ମାଣ ଆଠଗୁଣ୍ଠ ଉପନ୍ୟାସକୁ ଏକ ଆଦର୍ଶନିଷ୍ଠ ଉପନ୍ୟାସରେ ପରିଣତ କରିଛି, ଏହି ଉକ୍ତିର ସମୀକ୍ଷା କର । [2013/25m/7a]
ନିମ୍ନ ପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ଖଳ ଚରିତ୍ର ଚିତ୍ରଣରେ ଫକୀରମୋହନଙ୍କ କୃତିତ୍ୱ ‘ଛମାଣ ଆଠଗୁଣ୍ଠ’ ଅବଲମ୍ବନରେ ଆଲୋଚନା କର । [2012/30m/7a]
“ଫକୀର ମୋହନଙ୍କ ଉପନ୍ୟାସଗୁଡ଼ିକ ଗଳ୍ପପ୍ରଧାନ ନୁହେଁ, ଚରିତ୍ରପ୍ରଧାନ” – ‘ଛମାଣ ଆଠଗୁଣ୍ଠ’ ଅବଲମ୍ବନରେ ଏହାର ସତ୍ୟତା ପ୍ରମାଣ କର । [2011/0m/7a]
ନିମ୍ନପ୍ରଦତ୍ତ ବିଷୟଗୁଡ଼ିକ ମଧ୍ୟରୁ ଯେ କୌଣସି ତିନୋଟିର ସଂକ୍ଷିପ୍ତ ଆଲୋଚନା ଲେଖ । (ପ୍ରତ୍ୟେକଟି ଆଲୋଚନା ଦୁଇଶହ ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ଛ ମାଣ ଆଠଗୁଣ୍ଠ’ରେ ଗୌଣଚରିତ୍ରମାନଙ୍କର ଭୂମିକା ବିଚାର କର । [2010/20m/5c]
ମଙ୍ଗରାଜ ଓ ଚମ୍ପା ଭଳି ଦୁଇଟି ଦୁଷ୍ଟ ଓ ଅସାମାଜିକ ଚରିତ୍ରକୁ ଉପନ୍ୟାସରେ ଗୁରୁତ୍ୱ ପ୍ରଦାନ କରି ଔପନ୍ୟାସିକ ପାଠକକୁ କ’ଣ କହିବାକୁ ଚାହିଁଛନ୍ତି? ସ୍ୱୀୟ ମତ ପ୍ରଦାନ କର । [2009/60m/7]
2.4] ଗୋପୀନାଥ ମହାନ୍ତି
24 questions
ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ବାସ୍ତବତା ଦୃଷ୍ଟିରୁ ବଳୀଦତ୍ତ ଚରିତ୍ରର ଯଥାର୍ଥତା ନିରୂପଣ କର । [2024/15m/6b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ସରୋଜିନୀ’ ଚରିତ୍ର ମାଧମରେ ମୂଲ୍ୟବୋଧର ବିପର୍ଯ୍ୟୟ ରୂପାୟିତ – ନିର୍ଣ୍ଣୟ କର । [2024/15m/8b]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଦାନାପାଣି’ ଉପନ୍ୟାସରେ ବସ୍ତୁବାଦୀ ଜୀବନସଂଘର୍ଷର ଚିତ୍ର କିପରି ରୂପାୟିତ–ବିଶ୍ଳେଷଣ କର। [2020/10m/5b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଦାନାପାଣି’ ଉପନ୍ୟାସରେ ବଞ୍ଚିବାର ସଂଘର୍ଷ ଭିତରେ ମାନବିକ ମୂଲ୍ୟବୋଧର ଅବକ୍ଷୟ କିପରି ରୂପାୟିତ–ଦର୍ଶାଅ। [2020/20m/7a]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଦାନାପାଣିର ଯୁଦ୍ଧରେ ଅବତୀର୍ଣ୍ଣ ଚାକିରିଜୀବୀର ମାନସିକତା ‘ଦାନାପାଣି’ ଉପନ୍ୟାସରେ ଯେପରି ରୂପପାଇଛି ତାହା ଦର୍ଶାଅ। [2019/10m/5b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ସରୋଜିନୀର ମନସ୍ତତ୍ତ୍ୱ ଚିତ୍ରଣରେ ଔପନ୍ୟାସିକଙ୍କର ଦକ୍ଷତା ବିଚାର କର। [2019/20m/8a]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଦାନାପାଣି’ ଉପନ୍ୟାସ ଅବଲମ୍ବନରେ ତତ୍କାଳୀନ ସମାଜର ଚିତ୍ର ପ୍ରଦାନ କର। [2018/10m/5b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ବସ୍ତୁବାଦୀ ସଭ୍ୟତାର ପ୍ରୋତ୍ସାହନ ସରୋଜିନୀକୁ କିପରି ନର୍କଗାମୀ କରିଛି, ‘ଦାନାପାଣି’ ଉପନ୍ୟାସ ଅବଲମ୍ବନରେ ଆଲୋଚନା କର। [2018/15m/6b]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ‘ଦାନାପାଣି’ ଉପନ୍ୟାସରେ ସରୋଜିନୀ ଚରିତ୍ରର ମୂଲ୍ୟାଙ୍କନ କର । [2017/10m/5b]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଦାନାପାଣି’ ଉପନ୍ୟାସରେ ଆଧୁନିକ ମଣିଷର ଉଚ୍ଚାଙ୍କାକ୍ଷା ପ୍ରତି ରହିଛି ସୂକ୍ଷ୍ମଇଂଗିତ – ପ୍ରତିପାଦନ କର । [2017/16.7m/7a]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ଉଚ୍ଚାଭିଳାଷୀ ଚାକିରିଆ ଜୀବନରେ ଉପରକୁ ଉଠିବାର ଗୋପନ ସୂତ୍ରଗୁଡ଼ିକୁ ନିଖୁଣଭାବେ ପରିବେଷଣ କରିବାରେ ଗୋପୀନାଥଙ୍କ ସିଦ୍ଧହସ୍ତତା ପ୍ରମାଣିତ କର। [2016/10m/5c]
ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ଜୀବନ ଜିଜ୍ଞାସାର ଗଭୀରତା ଓ ବିସ୍ତୃତିକୁ ଗୋପୀନାଥ ମହାନ୍ତି ‘ଦାନାପାଣି’ ଉପନ୍ୟାସରେ କିପରି ରୂପାୟିତ କରିଛନ୍ତି, ଦର୍ଶାଅ। [2016/16.7m/7b]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ଦାନାପାଣି’ ଉପନ୍ୟାସର ସରୋଜିନୀ ଚରିତ୍ରର ବୈଶିଷ୍ଟ୍ୟ ନିରୂପଣ କର । [2015/10m/5d]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ବିଭିନ୍ନ ମାର୍ଗ ଦେଇ ସରକାରୀ ସେବା ବୃତ୍ତିରେ ଉପରକୁ ଉଠିବାର ଆଶା କିପରି ‘ଦାନାପାଣି’ ଉପନ୍ୟାସରେ ପ୍ରତିଫଳିତ – ଆଲୋଚନା କର । [2015/15m/7b]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ଦାନାପାଣି’ର ଯୁଦ୍ଧ ସାମାଜିକ ସୌହାର୍ଦ୍ଦ୍ୟର ପରିପନ୍ଥୀ – ପ୍ରତିଷ୍ଠା କର । [2014/10m/5d]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ସମକାଳର ନୀତି ଓ ନୀତିହୀନତାର ଦ୍ୱନ୍ଦ୍ୱ – ‘ଦାନାପାଣି’ର ଭିତ୍ତିଭୂମି – ଆଲୋଚନା କର । [2014/20m/7a]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ସାଂପ୍ରତିକ ମଣିଷକୁ ଆୟତ୍ତ କରିବାକୁ ହେଲେ ଖାଲି ବିଦ୍ୟା ନୁହେଁ, ବୁଦ୍ଧିର ଯଥେଷ୍ଟ ଆବଶ୍ୟକତା ରହିଛି, ‘ଦାନାପାଣି’ ଏହାର ସଫଳ ଦୃଷ୍ଟାନ୍ତ, ବିଚାର କର । [2013/10m/5b]
ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ଯୁଦ୍ଧୋତ୍ତର ସଂଘର୍ଷମୁଖର ସ୍ତୁତିବାଦର ଏକ ମନୋଜ୍ଞ ଇସ୍ତାହାର ହେଉଛି ଉପନ୍ୟାସ ‘ଦାନାପାଣି’, ଏହି ଉକ୍ତିର ସାରବତ୍ତା ପ୍ରମାଣ କର । [2013/25m/7b]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଯେନ ତେନ ପ୍ରକାରେଣ ସରକାରୀ ବୃତ୍ତିରେ ଉପରକୁ ଉଠିବାର ବିକଳ ବାସନା କିପରି ‘ଦାନାପାଣି’ ଉପନ୍ୟାସରେ ପ୍ରତିଫଳିତ ହୋଇଛି ଆଲୋଚନା କର । [2012/12m/5b]
ନିମ୍ନ ପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ଭଲଭାବରେ ବଞ୍ଚିବା ପାଇଁ ଆଦର୍ଶ ଓ ନୈତିକତା ଯେ ଜୀବନରେ ମୂଲ୍ୟହୀନ, ଏହାର ସତ୍ୟତା ‘ଦାନାପାଣି’ ଉପନ୍ୟାସକୁ ଭିତ୍ତି କରି ବିଶ୍ଳେଷଣ କର । [2012/30m/7b]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଏକ ସାର୍ଥକ ବାସ୍ତବଧର୍ମୀ ଉପନ୍ୟାସ ଭାବରେ ‘ଦାନାପାଣି’ର ସ୍ୱରୂପ ଆକଳନ କର । [2011/15m/5c]
ସରକାରୀ ଚାକିରିରେ ଯେନ ତେନ ପ୍ରକାରରେ ପଦୋନ୍ନତିର ଯେଉଁ ଲାଳସା ‘ଦାନାପାଣି’ ଉପନ୍ୟାସରେ ଦେଖିବାକୁ ମିଳେ, ତା’ର ସ୍ୱରୂପ ବିଶ୍ଳେଷଣ କର । [2011/60m/7b]
ନିମ୍ନପ୍ରଦତ୍ତ ବିଷୟଗୁଡ଼ିକ ମଧ୍ୟରୁ ଯେ କୌଣସି ତିନୋଟିର ସଂକ୍ଷିପ୍ତ ଆଲୋଚନା ଲେଖ । (ପ୍ରତ୍ୟେକଟି ଆଲୋଚନା ଦୁଇଶହ ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଜୀବନରେ ଦାନାପାଣିର ଆବଶ୍ୟକତା ରହିଛି; ମାତ୍ର ତାହା ଜୀବନର ଏକମାତ୍ର ଲକ୍ଷ୍ୟ ନୁହେଁ – ‘ଦାନାପାଣି’ ଅନୁସରଣରେ ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର । [2010/20m/5d]
ନିମ୍ନପ୍ରଦତ୍ତ ବିଷୟଗୁଡ଼ିକ ମଧ୍ୟରୁ ଯେକୌଣସି ତିନୋଟିର ସଂକ୍ଷିପ୍ତ ଆଲୋଚନା ଲେଖ (ପ୍ରତ୍ୟେକଟି ଆଲୋଚନା 200 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ଦାନାପାଣିର ଦୌଡ଼ରେ ବଳିଦତ୍ତ ହେବା ମଧ୍ୟ କାହା କାହା ଭାଗ୍ୟରେ ଘଟିଥାଏ । ଉପନ୍ୟାସ ଆଧାରରେ ଏତାଦୃଶ ଜୀବନର ବିଶ୍ଳେଷଣ କର । [2009/20m/5d]
2.5] ସୁରେନ୍ଦ୍ର ମହାନ୍ତି
20 questions
ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ନୀଳଜ୍ୟୋତ୍ସ୍ନା’ ଗଳ୍ପରେ ପ୍ରତିଫଳିତ ଗାଳ୍ପିକଙ୍କର ପ୍ରେମପ୍ରତି ଦୃଷ୍ଟିକୋଣ ବର୍ଣ୍ଣନା କର । [2024/10m/5c]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଗୃହଦାହ’ ଗଳ୍ପ ମାଧମରେ ରାଜନୀତିରେ ସ୍ୱାର୍ଥପରତାର ଚିତ୍ର କିପରି ପ୍ରଦର୍ଶିତ – ନିରୂପଣ କର । [2024/15m/7c]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ମରାଳର ମୃତ୍ୟୁ’ ଗଳ୍ପର ନାମକରଣର ସାର୍ଥକତା ପ୍ରତିପାଦନ କର। [2020/10m/5d]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ମରାଳର ମୃତ୍ୟୁ’ ଗଳ୍ପରେ ସୁରେନ୍ଦ୍ରଙ୍କ ଗଳ୍ପକଳାର ସାର୍ଥକତା ପରୀକ୍ଷା କର। [2020/15m/7b]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ପ୍ରତୀକଧର୍ମୀ ଗଳ୍ପ ଭାବରେ ‘ମରାଳର ମୃତ୍ୟୁ’ର ମୂଲ୍ୟାଙ୍କନ କର। [2019/10m/5d]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଜଟିଳ ଓ ସୂକ୍ଷ୍ମ ମନସ୍ତତ୍ତ୍ୱର ରୂପାୟନ ଦୃଷ୍ଟିରୁ ସୁରେନ୍ଦ୍ରଙ୍କର ଗଳ୍ପକଳାର ଚାତୁରୀ ‘ମରାଳର ମୃତ୍ୟୁ’ରେ ସ୍ଥାନିତ ଗଳ୍ପଗୁଡ଼ିକରୁ ଦର୍ଶାଅ। [2019/15m/6c]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଧର୍ମ ଓ ଈଶ୍ୱରବିଶ୍ୱାସ କିପରି ସମାଜରୁ ନିର୍ବାସିତ ହୋଇଯାଇଛି ତା’ର ଚିତ୍ର ‘ମରାଳର ମୃତ୍ୟୁ’ ସଂକଳନ ଅବଲମ୍ବନରେ ପ୍ରତିପାଦନ କର। [2018/15m/7b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ମରାଳର ମୃତ୍ୟୁ’ ଗଳ୍ପ ସଂକଳନ ଅବଲମ୍ବନରେ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାଶୈଳୀ ଓ ବିଷୟ ବିନ୍ୟାସର ସ୍ୱାତନ୍ତ୍ର୍ୟ ବିଚାର କର। [2018/20m/8a]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ମରାଳର ମୃତ୍ୟୁ’ ସଂକଳନ ଅବଲମ୍ବନରେ ଆଧୁନିକ ମଣିଷର ସଂଭାବନାହୀନ ଶୂନ୍ୟଗର୍ଭମୂଳକ ଜୀବନବୋଧର ପରିଚୟ ପ୍ରଦାନ କର । [2017/16.7m/7b]
ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: “ମାନବୀୟ ପ୍ରବୃତ୍ତି ଓ ମାନସିକତାର ସୂକ୍ଷ୍ମ ବିଶ୍ଳେଷଣ ହେତୁ କ୍ଷୁଦ୍ରଗଳ୍ପ ଚିତ୍ତାକର୍ଷକ ସାହିତ୍ୟିକ ରୂପ ଲାଭ କରେ”– ‘ମରାଳର ମୃତ୍ୟୁ’ ଗ୍ରନ୍ଥର ପଠିତାଂଶ ଅବଲମ୍ବନରେ ପ୍ରତିପାଦନ କର। [2016/16.7m/7c]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ପୁରାଣ, ଇତିହାସ ଓ ବୌଦ୍ଧ ଜାତକର ବିଭିନ୍ନ ଆଖ୍ୟାୟିକା ଉପରେ ‘ମରାଳର ମୃତ୍ୟୁ’ ଗଳ୍ପ ସଂକଳନ ରଚିତ – ପ୍ରମାଣ କର । [2015/10m/5b]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିକୋଣରୁ ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ଉଚ୍ଚକୋଟୀର, ‘ମରାଳର ମୃତ୍ୟୁ’ ଅବଲମ୍ବନରେ ବିଶ୍ଳେଷଣ କର । [2015/20m/8a]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଆଧୁନିକ ମଣିଷର ସ୍ଥିତିଗତ ଦ୍ୱନ୍ଦ୍ୱ ‘ମରାଳର ମୃତ୍ୟୁ’ ଅବଲମ୍ବନରେ ବିଚାର କର । [2014/10m/5b]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ମରାଳର ମୃତ୍ୟୁ’ର ପଠିତାଂଶ ଅବଲମ୍ବନରେ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ର ଗଳ୍ପରେ ରହିଥିବା ନୂତନତାର ସ୍ୱରୂପ ବିଶ୍ଳେଷଣ କର । [2014/15m/7c]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ସମକାଳୀନ ସମାଜ ଜୀବନର ନିଚ୍ଛକ ଚିତ୍ର ‘ମରାଳର ମୃତ୍ୟୁ’ ଗଳ୍ପରେ କିପରି ପ୍ରତିଫଳିତ ହୋଇଛି ଆଲୋଚନା କର । [2013/10m/5d]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) “ସୁରେନ୍ଦ୍ର ମହାନ୍ତି ତାଙ୍କ ଗଳ୍ପରେ ଜୀବନର ଆବେଗଗତ, ଆଧ୍ୟାତ୍ମିକ ଓ ନିଃସଙ୍ଗ ଜୀବନବୋଧଜନିତ ସମସ୍ୟାକୁ ଅନେକତ୍ର ପ୍ରକାଶ କରିଛନ୍ତି” – ଏ ମନ୍ତବ୍ୟର ସାର୍ଥକତା ‘ମରାଳର ମୃତ୍ୟୁ’ ଗଳ୍ପଗ୍ରନ୍ଥର ଗଳ୍ପଗୁଡ଼ିକୁ ଭିତ୍ତି କରି ବିଶ୍ଳେଷଣ କର । [2012/12m/5d]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ମରାଳର ମୃତ୍ୟୁ’ରେ ବୌଦ୍ଧଯୁଗର ଅବକ୍ଷୟର ଚିତ୍ର କିପରି ପ୍ରତିଫଳିତ ବର୍ଣ୍ଣନା କର । [2011/15m/5b]
‘ମରାଳର ମୃତ୍ୟୁ’ ଗଳ୍ପଗ୍ରନ୍ଥରୁ ଆଧୁନିକ ଜୀବନ ପ୍ରତି ଗାଳ୍ପିକଙ୍କ ଦୃଷ୍ଟିକୋଣର ପରିଚୟ ଦିଅ । [2011/60m/8b]
‘ମରାଳର ମୃତ୍ୟୁ’ର ଭାଷା, ଶୈଳୀ ଓ ଭାବବସ୍ତୁର ସ୍ୱାତନ୍ତ୍ର୍ୟ ଦର୍ଶାଅ । [2010/60m/7]
ନିମ୍ନପ୍ରଦତ୍ତ ବିଷୟଗୁଡ଼ିକ ମଧ୍ୟରୁ ଯେକୌଣସି ତିନୋଟିର ସଂକ୍ଷିପ୍ତ ଆଲୋଚନା ଲେଖ (ପ୍ରତ୍ୟେକଟି ଆଲୋଚନା 200 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ସୁରେନ୍ଦ୍ର ମହାନ୍ତିଙ୍କ ରଚନାଶୈଳୀ ‘ମରାଳର ମୃତ୍ୟୁ’ ଗଳ୍ପ ସଂକଳନରେ ଗାଳ୍ପିକଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ବିଶ୍ଳେଷଣ କର । [2009/20m/5b]
2.6] ମନୋଜ ଦାସ
19 questions
ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ ପଣ୍ଡିତ ଚରିତ୍ରର ତାତ୍ପର୍ଯ୍ୟ ଲେଖ । [2024/10m/5d]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଲକ୍ଷ୍ମୀର ଅଭିସାର’ ଗଳ୍ପଗ୍ରନ୍ଥ ମାଧମରେ ମନୁଷ୍ୟର ଅହଙ୍କାରର ସାରଶୂନ୍ୟତାକୁ ପ୍ରତିପାଦନ କର । [2024/20m/8a]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ ଶିଶୁମନର ସରଳତା ବିରୋଧରେ ସ୍ୱାର୍ଥପର ମଣିଷର ଜଟିଳତାର ପରିଣତି କିପରି ଭୟାବହ ହୋଇଛି–ବିଶ୍ଳେଷଣ କର। [2020/20m/8a]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ମାନବବାଦୀ ଚେତନାର ଜଣେ ସାର୍ଥକ ରୂପକାର ହେଉଛନ୍ତି ମନୋଜ ଦାସ, ସ୍ରଷ୍ଟାଙ୍କର ‘ଲକ୍ଷ୍ମୀର ଅଭିସାର’ ଅବଲମ୍ବନରେ ଏହା ଆଲୋଚନା କର। [2019/15m/6b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ମନୋଜ ଦାସଙ୍କ ଗଳ୍ପକଳାର ବୈଶିଷ୍ଟ୍ୟ ‘ଲକ୍ଷ୍ମୀର ଅଭିସାର’ ଗଳ୍ପଗ୍ରନ୍ଥରୁ ଆଲୋଚନା କର। [2019/15m/8b]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: “ପରଜନ୍ମରେ ଏ ପାପିଷ୍ଠ ଯେହ୍ନେ ଜିହ୍ୱାହୀନ ହୋଇ ଭୂମିଷ୍ଠ ହେଉ।” ‘ଲକ୍ଷ୍ମୀର ଅଭିସାର’ ଗଳ୍ପ ଅବଲମ୍ବନରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ ବିଶ୍ଳେଷଣ କର। [2018/10m/5d]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ନେତା ଓ ପୂଜକ କିପରି ପରମ୍ପରାଗତ ଧାର୍ମିକ ବିଶ୍ୱାସକୁ କୁଠାରଘାତ କରିଛନ୍ତି, ‘ଲକ୍ଷ୍ମୀର ଅଭିସାର’ ଗଳ୍ପ ଅବଲମ୍ବନରେ ଆଲୋଚନା କର। [2018/15m/8c]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ‘ଲକ୍ଷ୍ମୀର ଅଭିସାର’ ଗଳ୍ପ ଗ୍ରନ୍ଥରେ ସ୍ଥାନିତ କନ୍ୟାୟନ ଗଳ୍ପରେ ଯାନ୍ତ୍ରିକ ସଭ୍ୟତା ପ୍ରତି ଲେଖକଙ୍କ ଦୃଷ୍ଟିଭଂଗୀ ବିଶ୍ଳେଷଣ କର । [2017/10m/5d]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ଲକ୍ଷ୍ମୀର ଅଭିସାର’ ଗଳ୍ପଗ୍ରନ୍ଥରେ ମନୁଷ୍ୟର ଅସହାୟତାର ଚିତ୍ର ପ୍ରକାଶିତ – ସଦୃଷ୍ଟାନ୍ତ ପ୍ରତିପାଦନ କର । [2017/16.7m/8c]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ‘ଲକ୍ଷ୍ମୀର ଅଭିସାର’ ଗ୍ରନ୍ଥର ପଠିତାଂଶ ଅବଲମ୍ବନରେ ମନୋଜ ଦାସଙ୍କ ଗଳ୍ପର ତିର୍ଯ୍ୟକ୍ ଦୃଷ୍ଟିଭଙ୍ଗୀକୁ ଆକଳନ କର। [2016/10m/5d]
ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ମନୋଜ ଦାସଙ୍କ କ୍ଷୁଦ୍ରଗଳ୍ପରେ ପ୍ରକାଶିତ ବ୍ୟକ୍ତି ଜୀବନର ବିଡ଼ମ୍ବିତ ଚିତ୍ରର ସ୍ୱରୂପ ‘ଲକ୍ଷ୍ମୀର ଅଭିସାର’ ଅବଲମ୍ବନରେ ସମୀକ୍ଷା କର। [2016/16.7m/8a]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ମନୋଜ ଦାସଙ୍କ ଶୈଳୀ ତାଙ୍କ ଗଳ୍ପର ଏକ ଆକର୍ଷଣୀୟ ଦିଗ – ‘ଲକ୍ଷ୍ମୀର ଅଭିସାର’ ଗ୍ରନ୍ଥ ଅବଲମ୍ବନରେ ବିଚାର କର । [2015/15m/6c]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ମନୋଜ ଦାସଙ୍କ ଗଳ୍ପରେ ଥାଏ ମଣିଷର ଛଦ୍ମ ଅହମିକା ପ୍ରତି ବ୍ୟଙ୍ଗ – ‘ଲକ୍ଷ୍ମୀର ଅଭିସାର’ ଅବଲମ୍ବନରେ ଏହାର ସତ୍ୟତା ପ୍ରତିପାଦନ କର । [2014/15m/7b]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଅହମିକା ଓ ଆତ୍ମବଡ଼ିମାର ଆର୍ତ୍ତଚିତ୍କାରରେ ଧରାଶାୟୀ ହୋଇଛି ବିବେକ । ‘ବ୍ୟାଘ୍ରାରୋହଣ’ ଗଳ୍ପରୁ ଏହାର ସତ୍ୟତା ନିରୂପଣ କର । [2013/10m/5c]
ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ମନୋଜ ଦାସଙ୍କ ଚରିତ୍ରଭିତ୍ତିକ ଗଳ୍ପଗୁଡ଼ିକରେ ହାସ୍ୟ କରୁଣ ପରିସ୍ଥିତି ଏକ ଉତ୍ତୀର୍ଣ୍ଣ ଦିବ୍ୟ ସନ୍ତୋଷର ରୂପ ନେଇଥାଏ, ‘ଲକ୍ଷ୍ମୀର ଅଭିସାର’ ଗଳ୍ପଗ୍ରନ୍ଥରୁ ଏହାର ସତ୍ୟତା ବିଚାର କର । [2013/25m/8a]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଶିଶୁ ମନସ୍ତତ୍ତ୍ୱ ଅନୁଧ୍ୟାନ କରିବାରେ କଥାକାର ମନୋଜ ଦାସଙ୍କ କୃତିତ୍ୱ ‘ଲକ୍ଷ୍ମୀର ଅଭିସାର’ ଗ୍ରନ୍ଥ ଅବଲମ୍ବନରେ ବିଚାର କଗ । [2012/12m/5c]
ନିମ୍ନ ପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ମନୋଜ ଦାସଙ୍କ ‘ଲକ୍ଷ୍ମୀର ଅଭିସାର’ ଗଳ୍ପଗ୍ରନ୍ଥର ପଠିତାଂଶକୁ ଅବଲମ୍ବନ କରି ଗାଳ୍ପିକଙ୍କ ଶିଳ୍ପକଳାର ପରିଚୟ ପ୍ରଦାନ କର । [2012/30m/8b]
“ମାନବେତର ଚରିତ୍ର ମାଧ୍ୟମରେ ମାନବିକତାବୋଧର ରୂପାୟନ ମନୋଜ ଦାସଙ୍କ ଗଳ୍ପର ପ୍ରାଣକେନ୍ଦ୍ର” – ଏ ସମ୍ପର୍କରେ ସ୍ୱୀୟ ମତାମତ ପ୍ରଦାନ କର । [2011/0m/8a]
ହାସ୍ୟ ଓ ବ୍ୟଙ୍ଗର ମିଶ୍ରିତ ଶୈଳୀର ଚମତ୍କାରିତା ମନୋଜ-ଗଳ୍ପର ପ୍ରାଣ, ପଠିତ ଗଳ୍ପ ସଂକଳନ ‘ଲକ୍ଷ୍ମୀର ଅଭିସାର’ରୁ ଏହାକୁ ପ୍ରମାଣ କରାଯାଇପାରେ କି? ସ୍ୱୀୟ ମତାମତ ସ୍ପଷ୍ଟ କର । [2009/60m/8]
2.7] ଚିତ୍ତରଞ୍ଜନ ଦାସ
16 questions
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧ ଅବଲମ୍ବନରେ ଜାଣିବା ଓ ବୁଝିବା ମଧରେ ଥିବା ପାର୍ଥକ୍ୟକୁ ସଦୃଷ୍ଟାନ୍ତ ଲେଖ । [2024/20m/7a]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ: ‘ତରଙ୍ଗ ଓ ତଡିତ୍’ର ପଠିତାଂଶରୁ ଚିତ୍ତରଞ୍ଜନ ଦାସଙ୍କ ଗଦ୍ୟଶୈଳୀର ପରିଚୟ ଦିଅ। [2020/15m/6c]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ତରଂଗ ଓ ତଡିତ୍’ରେ ଥିବା ପ୍ରଥମ ପାଞ୍ଚୋଟି ପ୍ରବନ୍ଧ ମଧରୁ ଯେକୌଣସି ଗୋଟିଏ ପ୍ରବନ୍ଧ ଅବଲମ୍ବନରେ ଚିତ୍ତରଂଜନଙ୍କ ପ୍ରବନ୍ଧ ଶୈଳୀର ପରିଚୟ ଦିଅ। [2019/10m/5e]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ତରଂଗ ଓ ତଡିତ୍’ର ପଠିତାଂଶ ଅବଲମ୍ବନରେ ପ୍ରାବଂଧିକ ଚିତ୍ତରଂଜନ ଦାସଙ୍କ ଗଭୀର ଜୀବନ ଦୃଷ୍ଟିର ପରିଚୟ ଦିଅ। [2019/15m/8c]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: “ଶିକ୍ଷା ଯୁଗ ଅନୁସାରେ ହେବା ଉଚିତ୍।” ‘ତରଙ୍ଗ ଓ ତଡ଼ିତ୍’ ଗ୍ରନ୍ଥ ଅବଲମ୍ବନରେ ଏହାର ସାର୍ଥକତା ବିଚାର କର। [2018/20m/7a]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ତରଙ୍ଗ ଓ ତଡିତ୍’ ଗ୍ରନ୍ଥର ପଠିତାଂଶ ଅବଲମ୍ବନରେ ଚିତରଂଜନଙ୍କ ଗଦ୍ୟଶୈଳୀ ପ୍ରତିପାଦନ କର । [2017/16.7m/6b]
ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ସରଳତା ଓ ବୌଦ୍ଧିକତାର ସମାହାରରେ ଚିତ୍ତରଞ୍ଜନ ଦାସଙ୍କ ପରାକାଷ୍ଠାକୁ ‘ତରଙ୍ଗ ଓ ତଡ଼ିତ୍’ ଗ୍ରନ୍ଥର ପଠିତାଂଶ ଆଧାରରେ ପ୍ରତିପାଦନ କର। [2016/16.7m/8b]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ମୌଳିକ ଚିନ୍ତା ଓ ଚେତନା, ଜୀବନ୍ତ ଭାଷା ଓ ଭାବଗର୍ଭକ ବିଶ୍ଳେଷଣଧର୍ମୀ ଶୈଳୀ ହେଉଛି ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧର ବୈଶିଷ୍ଟ୍ୟ – ‘ତରଙ୍ଗ ଓ ତଡ଼ିତ୍’ ର ପଠିତାଂଶ ପ୍ରବନ୍ଧ ଭିତ୍ତିରେ ଆଲୋଚନା କର । [2015/15m/6b]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ‘ତରଙ୍ଗ ଓ ତଡ଼ିତ୍’ ଗ୍ରନ୍ଥର ‘ଆଧୁନିକ ଜର୍ମାନ ସାହିତ୍ୟ’ ପ୍ରବନ୍ଧରେ ଚିତ୍ତରଞ୍ଜନ ଦାସଙ୍କର ଜର୍ମାନ ସାହିତ୍ୟ ଆଲୋଚନା ଉପରେ ଆଲୋକପାତ କର । [2015/20m/7a]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଚିତ୍ତରଞ୍ଜନଙ୍କ ପ୍ରବନ୍ଧ ବୌଦ୍ଧିକତା ଓ ସାରଲ୍ୟର ସମାହାର – ନିର୍ଦ୍ଦେଶିତ ପ୍ରବନ୍ଧ ମାନଙ୍କ ଭିତ୍ତିରେ ପ୍ରତିପାଦନ କର । [2014/10m/5e]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ସାମାଜିକ ଶୁଦ୍ଧତା ପାଇଁ ସାହିତ୍ୟର କି ଭୂମିକା ରହିବା ଉଚିତ – ‘ରେଙ୍ଗ ଓ ତଡ଼ିତ’ର ନିର୍ଦ୍ଦେଶିତ ପ୍ରବନ୍ଧମାନଙ୍କ ଭିତ୍ତିରେ ଏହା ଆଲୋଚନା କର । [2014/15m/8b]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ଚିତ୍ତରଞ୍ଜନ ଦାସ ଓ ଚନ୍ଦ୍ରଶେଖର ରଥଙ୍କ ପ୍ରବନ୍ଧର ପଠିତାଂଶକୁ ଆଧାର କରି ଉଭୟ ପ୍ରାବନ୍ଧିକଙ୍କ ଶୈଳୀଗତ ତାରତମ୍ୟର ସ୍ୱରୂପ ଆକ୍କଳନ କର । [2014/15m/8c]
ନିମ୍ନପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ନିର୍ଭୟ ହୋଇ ଆପଣାର ଜୀବନରେ ଆପଣାର ଆକାଙ୍କ୍ଷାକୁ ପରିପୂର୍ଣ୍ଣ କରିବା ଦିଗରେ ବୋରିସ୍ ପାସ୍ତରନାକ ହେଉଛନ୍ତି ଏକ ଭିନ୍ନସ୍ୱାଦର ମଣିଷ, ଏହାର ଯଥାର୍ଥତା ନିରୂପଣ କର । [2013/25m/8b]
ନିମ୍ନ ପ୍ରଦତ୍ତ ବିଷୟରେ 400 ଶବ୍ଦ ମଧ୍ୟରେ ଆଲୋଚନା କର । ଚିତ୍ତରଞ୍ଜନ ଦାସଙ୍କ ‘ତରଙ୍ଗ ତଡ଼ିତ୍’ର ପ୍ରବନ୍ଧଗୁଡ଼ିକୁ ଅନୁସରଣ କରି ମଣିଷପଣିଆର ସ୍ୱରୂପ ଆକଳନ କର । [2012/30m/8a]
ନିମ୍ନପ୍ରଦତ୍ତ ବିଷୟଗୁଡ଼ିକ ମଧ୍ୟରୁ ଯେ କୌଣସି ତିନୋଟିର ସଂକ୍ଷିପ୍ତ ଆଲୋଚନା ଲେଖ । (ପ୍ରତ୍ୟେକଟି ଆଲୋଚନା ଦୁଇଶହ ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ତରଙ୍ଗ ଓ ତଡ଼ିତ୍’ ଅବଲମ୍ବନରେ ପ୍ରାବନ୍ଧିକ ଚିତ୍ତରଂଜନ ଦାସଙ୍କ ଜୀବନଦୃଷ୍ଟିର ପରିଚୟ ଦିଅ । [2010/20m/5b]
ନିମ୍ନପ୍ରଦତ୍ତ ବିଷୟଗୁଡ଼ିକ ମଧ୍ୟରୁ ଯେକୌଣସି ତିନୋଟିର ସଂକ୍ଷିପ୍ତ ଆଲୋଚନା ଲେଖ (ପ୍ରତ୍ୟେକଟି ଆଲୋଚନା 200 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ‘ଜାଣିବା ଓ ବୁଝିବା’ ପ୍ରବନ୍ଧରେ ପ୍ରାବନ୍ଧିକଙ୍କ ବକ୍ତବ୍ୟକୁ ସ୍ପଷ୍ଟ କର । [2009/20m/5c]
2.8] ଚନ୍ଦ୍ରଶେଖର ରଥ
18 questions
ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘କଥା ସରେନା’ ପ୍ରବନ୍ଧ ମାଧମରେ କ୍ରିୟା-ପ୍ରକ୍ରିୟାର ଏକ ଅସରନ୍ତି ପ୍ରବାହକୁ ଲେଖକ କିପରି ଦର୍ଶାଇଛନ୍ତି, ଆଲୋଚନା କର । [2024/20m/6a]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ମୁଁ ସତ୍ୟଧର୍ମା କହୁଛି’ ପ୍ରବନ୍ଧରେ ପ୍ରାବନ୍ଧିକଙ୍କ ଆଭିମୁଖ୍ୟ ନିର୍ଣ୍ଣୟ କର। [2020/10m/5e]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ମୁଁ ସତ୍ୟଧର୍ମା କହୁଛି’ ପ୍ରବନ୍ଧରୁ ଲଳିତନିବନ୍ଧର ଲକ୍ଷଣଗୁଡ଼ିକ ନିରୂପଣ କର। [2020/15m/8c]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ମୁଁ ସତ୍ୟଧର୍ମା କହୁଛି’ର ପଠିତାଂଶ ଅବଲମ୍ବନରେ ପ୍ରାବଂଧିକଙ୍କ ଦାର୍ଶନିକ ବିଚାରଧାରା ଓ ମାନବବାଦୀ ଆଭିମୁଖ୍ୟର ପରିଚୟ ଦିଅ। [2019/15m/7c]
ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ମୁଁ ସତ୍ୟଧର୍ମା କହୁଛି’ ପ୍ରବନ୍ଧରେ କାବ୍ୟିକ ଓ ନାଟକୀୟତାର ମଧୁର ସମନ୍ୱୟ ଦୃଷ୍ଟିଗୋଚର ହୁଏ। ବିଶ୍ଳେଷଣ କର। [2018/10m/5c]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ସମାଜ ଓ ଜୀବନର ନିଗୁଢ଼ ସତ୍ୟର ଅନୁସନ୍ଧାନ ସଂପର୍କରେ ‘ମୁଁ ସତ୍ୟଧର୍ମା କହୁଛି’କୁ ଭିତ୍ତି କରି ବିବେଚନା କର। [2018/15m/8b]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ): ‘ମୁଁ ସତ୍ୟଧର୍ମା କହୁଛି’ ର ପଠିତାଂଶ ଅବଲମ୍ବନରେ ଉନ୍ନତ ଦାର୍ଶନିକ ଚେତନା ଓ ମାନବିକ ମୂଲ୍ୟବୋଧର ସୀମା ଓ ସ୍ୱରୂପ ନିର୍ଦ୍ଧାରଣ କର । [2017/10m/5c]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ଜୀବନରେ ସତ୍ୟର ମୁଗ୍ଧବନ୍ଦାପନା [?] ପାଇଁ ଯେଉଁ ସଂଗ୍ରାମ ଲୋଡ଼ା, ସେ ସଂପର୍କରେ ‘ମୁଁ ସତ୍ୟଧର୍ମା କହୁଛି’ କୁ-ଭିତ୍ତି କରି ବିବେଚନା କର । [2017/16.7m/8b]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର (ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ): ଆତ୍ମନିଷ୍ଠ ପ୍ରାବନ୍ଧିକଭାବେ ଚନ୍ଦ୍ରଶେଖର ରଥଙ୍କ ‘ମୁଁ ସତ୍ୟଧର୍ମା କହୁଛି’ର ସାର୍ଥକତା ପ୍ରତିପାଦନ କର। [2016/10m/5e]
ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର: ‘ମୁଁ ସତ୍ୟଧର୍ମା କହୁଛି’ରେ ଚନ୍ଦ୍ରଶେଖର ରଥଙ୍କ ବିଷୟ ଉପସ୍ଥାପନ କୌଶଳ ଓ ଭାଷା ପ୍ରୟୋଗର ଚମତ୍କାର ଭଙ୍ଗୀକୁ ବିବେଚନା କର। [2016/16.7m/8c]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ଆବେଗଧର୍ମୀ ଭାବ ଓ କାବ୍ୟିକ ପରିପ୍ରକାଶର ମଧୁର ସଂଯୋଗରେ ଚନ୍ଦ୍ରଶେଖର ରଥଙ୍କ ପ୍ରବନ୍ଧ ପ୍ରାଣସ୍ପର୍ଶୀ – ‘ମୁଁ ସତ୍ୟଧର୍ମା କହୁଛି’ ଗ୍ରନ୍ଥ ଅନୁସରଣରେ ସତ୍ୟତା ପ୍ରମାଣ କର । [2015/10m/5e]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ବିଷୟରେ ଆଲୋଚନା କର । ଜଣେ ଐତିହ୍ୟ ଓ ସଂସ୍କୃତି ସଚେତନ ପ୍ରାବନ୍ଧିକ ଭାବରେ ଚନ୍ଦ୍ରଶେଖର ରଥ ପରିଚିତ । ‘ମୁଁ ସତ୍ୟଧର୍ମା କହୁଛି’ର ନିର୍ଦ୍ଦେଶିତ ପ୍ରବନ୍ଧ ଅବଲମ୍ବନରେ ସତ୍ୟତା ପ୍ରମାଣ କର । [2015/15m/8b]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ‘ମୁଁ ସତ୍ୟଧର୍ମା କହୁଚି’ର ନିର୍ଦ୍ଦେଶିତ ପ୍ରବନ୍ଧମାନଙ୍କ ଅବଲମ୍ବନରେ ଚନ୍ଦ୍ରଶେଖରଙ୍କ ସାଂସ୍କୃତିକ ଚେତନାର ବିଚାର କର । [2014/20m/8a]
ନିମ୍ନ ପ୍ରଦତ୍ତ ବିଷୟରେ ଆଲୋଚନା କର । ଚିତ୍ତରଞ୍ଜନ ଦାସ ଓ ଚନ୍ଦ୍ରଶେଖର ରଥଙ୍କ ପ୍ରବନ୍ଧର ପଠିତାଂଶକୁ ଆଧାର କରି ଉଭୟ ପ୍ରାବନ୍ଧିକଙ୍କ ଶୈଳୀଗତ ତାରତମ୍ୟର ସ୍ୱରୂପ ଆକ୍କଳନ କର । [2014/15m/8c]
ନିମ୍ନପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ମୁଁ ସତ୍ୟଧର୍ମା କହୁଛି’ ପ୍ରବନ୍ଧ ଗ୍ରନ୍ଥର ପ୍ରଥମ ପାଞ୍ଚଗୋଟି ପ୍ରବନ୍ଧ ଆଧାରରେ ମଣିଷ ଜୀବନରେ ସତ୍ୟର ସ୍ୱରୂପ ସମ୍ପର୍କରେ ଅନୁଶୀଳନ କର । [2013/10m/5e]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) “ଦାର୍ଶନିକତା ଓ ଭାରତୀୟ ସଂସ୍କୃତି ପ୍ରତି ଶ୍ରଦ୍ଧା ହେଉଛି ଚନ୍ଦ୍ରଶେଖର ରଥଙ୍କ ପ୍ରବନ୍ଧର ବିଶେଷ ଆକର୍ଷଣ” – ‘ମୁଁ ସତ୍ୟଧର୍ମା କହୁଛି’ ଗ୍ରନ୍ଥ ଅନୁସରଣରେ ଏହାର ସତ୍ୟତା ପ୍ରତିପାଦନ କର । [2012/12m/5e]
ନିମ୍ନ ପ୍ରଦତ୍ତ ବିଷୟରେ ସଂକ୍ଷିପ୍ତ ଆଲୋଚନା କର । (ପ୍ରତ୍ୟେକ ଆଲୋଚନା 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ ।) ‘ମୁଁ ସତ୍ୟଧର୍ମା କହୁଛି’ରେ ପ୍ରତିଫଳିତ ପ୍ରାବନ୍ଧିକଙ୍କ ଜୀବନାଦର୍ଶର ପରିଚୟ ପ୍ରଦାନ କର । [2011/15m/5d]
‘ମୁଁ ସତ୍ୟଧର୍ମା କହୁଛି’ରେ ପ୍ରତିଫଳିତ ଲେଖକଙ୍କର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କର । [2010/60m/8]
« Previous: ବିଭାଗ କ: କବିତା
Back to: Odia Literature Optional PYQs – Topic-wise
Last updated: 2 November 2026

